ବ୍ରହ୍ମପୁର,୧୧/୦୭ (ବିଶ୍ୱରଞ୍ଜନ): ସଦର ଥାନା ପୋଲିସ ମହାନତା ପାଇଁ ପୁଣି ଚର୍ଚ୍ଚାରେ ବ୍ରହ୍ମପୁର 10/7 ମାନବ ସେବା ମାଧବ ସେବା । ଏହି ଉକ୍ତିକୁ କିଏ ମାନନ୍ତୁ ବା ନ ମାନନ୍ତୁ ଏହି ଉକ୍ତିକୁ ନେଇ ସେବା କରିଚାଲିଛନ୍ତି ସଦର ଥାନା ପୋଲିସ । କେତେବେଳେ ଦୁର୍ଘଟଣା ଗସ୍ତ ଲୋକଙ୍କୁ ଆମ୍ବୁଲାନ୍ସ ଡକାଇ ମେଡିକାଲ ନିଆଯାଉଛି ତ କେତେବେଳେ ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ ଆଶ୍ରୟ ଦେଉଛନ୍ତି ଥାନା କର୍ମଚାରୀ । ତେବେ ଗତକାଲି ରାତିର ଘଟଣା କିଛି ଭିର୍ଣ୍ଣ ଧରଣର ଥିଲା । ଆସ୍କା ଭେଟନଇ ଅଂଚଳର ଜଣେ ଗର୍ଭବତୀ ମହିଳା ତାଙ୍କର 5 ବର୍ଷର ଝିଅକୁ ନେଇ ସଦରଥାନା ଅଂଚଳ କୁକୁଡାଖଣ୍ଡି ଅଞ୍ଚଳରେ ରାତି 11 ଟା ସମୟରେ ଏକୁଟିଆ ଦେଖିବାକୁ ମିଳିଥିଲା । ଏହି ଖବର ସଦର ଥାନା ଅଧିକାରିଣୀ ସନ୍ତୋଶିନୀ ଓରାମ ଙ୍କ ନିକଟରେ ପହଂଚିବା ପରେ ସେ ତୁରନ୍ତ ନିଜେ ତତ୍ପରତା ଦେଖାଇ ଥାନାର ଦୁଇ SI ବିଭୁତି ଭୂଷଣ ସେଠି ଏବଂ ଝୁନୁ ସାସମଲଙ୍କୁ ଜଣାଇ ଥିଲେ । SI ବିଭୁତି ସେଠି ଯିଏକି ମାତ୍ର ଗୋଟିଏ ଦିନ ପୁର୍ବେ କରୋନା କୁ ଲଢ଼ି ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଇଥିଲେ ସେ ତାଙ୍କ ସହକର୍ମୀ SI ଝୁନୁ ସାସମଲଙ୍କ ସହ ଯାଇ କୁକୁଡ଼ାଖଣ୍ଡି ର ଏକ ନିର୍ଜନ ସ୍ଥାନରୁ ଗର୍ଭବତୀ ମହିଳା ଏବଂ ତାଙ୍କ 5 ବର୍ଷର ଝିଅକୁ ଉଦ୍ଧାର କରି ରାତାରାତି ଭେଟନଇ ଗ୍ରାମ ମହିଳା ଙ୍କ ଘରେ ଛାଡି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଵ୍ରହ୍ମପୁର ପୋଲିସ ଏବଂ ସଦରଥାନା ପୋଲିସଙ୍କୁ ମୋର ହୃଦୟରୁ ସେଲ୍ୟୁଟ ।


















