ବ୍ରହ୍ମପୁର,୧୧/୭,(ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ୍ ରଏ ଶୁକ୍ରବାରେ ଜିଲ୍ଲା ପ୍ରବେଶ ପଥ ଗୁଡିକରେ ଚାଲିଥିବା ଯାଞ୍ଚର ତଦାରଖ କରିଥିଲେ ।ନୟାଗଡ଼ ଓ ଗଞ୍ଜାମ ଜିଲ୍ଲା ସୀମାନ୍ତ କରାସିଂ ଠାରେ ପୁଲିସ ପକ୍ଷରୁ କରାଯାଇଥିବା ଅନ୍ତ ଜିଲ୍ଲା ଚେକ ପୋଷ୍ଟ ତଦାରଖ କରିଥିଲେ।
ସେଠାରୁ ଫେରି ଭଞ୍ଜନଗର ଥାନା ଅଧିକାରୀ ଙ୍କ ସହ ସଟ୍ ଡାଉନ ଓ ନିଷିଦ୍ଧା ଅଞ୍ଚଳରେ ପୁଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ସମ୍ପର୍କରେ ପଚାରି ବୁଝିଥିଲେ ।
କନ୍ଧମାଳ ସୀମାନ୍ତ ଦୁର୍ଗା ପ୍ରସାଦ ନିକଟରେ ହୋଇଥିବା ଚେକପୋଷ୍ଟ ଯାଞ୍ଚର ତଦାରଖ ମଧ୍ୟ କରିଥିଲେ।
କୌଣସି ପରିସ୍ଥିତିରେ ଜିଲ୍ଲାବାହାର ଲୋକଙ୍କୁ ଜିଲ୍ଲା ପ୍ରବେଶ କୁ ପ୍ରଶୟ ନଦେବା ପାଇଁ ପୁଲିସ କର୍ମଚାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ପରେ ପାଟପୁର ଥାନା ଓ ପୋଡାମାରି ଆଉଟ୍ ପୋଷ୍ଟ ଗ୍ରସ୍ତରେ ଆସି କରୋନା ସ୍ଥିତି ଅନୁଧ୍ୟାନ କରିଥିଲେ।କର୍ତ୍ତବ୍ୟ ସମ୍ପାଦନ ବେଳେ ନିଜର ସୁରକ୍ଷା ଦିଗରେ ଧ୍ୟାନ ଦେବା ପାଇଁ ଥାନା କର୍ମଚାରୀ ଙ୍କୁ ବୁଝେଇ ଥିଲେ।
କରୋନା ରୁ ସୁସ୍ଥ ହୋଇ ଫେରି ଥିବାଏହି ଥାନା ର ୩ଜଣ କର୍ମଚାରୀ ଙ୍କୁ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ।
ଜନସାଧାରଣ ଙ୍କୁ ସଚେତନ କରିବା ସହ ଅମାନିଆ ଙ୍କୁ ସାବାଡ କରିବା ପାଇଁ ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଥାନାରେ ଗରମ ପାଣି, ମାସ୍କ, ସାନିଟାଇଜର ମହଜୁଦ ରଖିବା ପାଇଁ ପରାମର୍ଶ ଦେଇଥିଲେ ।
ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଖ୍ୟା ବଢିବାରେ ଲାଗିଛି, ତେଣୁ ଅତିଜରୁରୀ କାର୍ଯ୍ୟ ନଥିଲେ ଘରୁ ନବାହାରିବା ପାଇଁ ସେ ଜନସାଧାରଣଙ୍କୁ ଅପିଲ କରିଛନ୍ତି ।ଏହି ଗ୍ରସ୍ତ ସମୟରେ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ଥିଲେ।


















