Thursday, November 5, 2026
ADVERTISEMENT
Home ଆଞ୍ଚଳିକ କୋଭିଡ୍‍ ଯୋଦ୍ଧା ଏସଆଇଙ୍କୁ ମୁଖ୍ୟମନ୍ତୀଙ୍କ ପ୍ରଶଂସା

କୋଭିଡ୍‍ ଯୋଦ୍ଧା ଏସଆଇଙ୍କୁ ମୁଖ୍ୟମନ୍ତୀଙ୍କ ପ୍ରଶଂସା

276
ADVERTISEMENT

କୁକୁଡାଖଣ୍ଡି ,୧୧/୦୭ (ଇ.ରଞ୍ଜନ): ବ୍ରହ୍ମପୁର ପୋଲିସ ବିଭାଗ ଅଧିନ ସଦରଥାନାରେ କାର୍ଯ୍ୟରତ ସବ୍‌-ଇନ୍ସପେକ୍ଟର ବିଭୂତି ଭୂଷଣ ସେଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ।ଳୟରୁ ପ୍ରଶଂସା । ନିଜ କର୍ତ୍ତବ୍ୟ ଓ ସେବାକୁ ପ୍ରାଧାନ୍ୟ ଦେଇଥିବାରୁ ସିଏମଓ କାର୍ଯ୍ୟ।ଳୟ ପକ୍ଷରୁ ଟୁଇଟ୍ କରି ତାଙ୍କୁ ପ୍ରଶଂସା କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଵାଲେଡିହ ଗ୍ରାମର ଏହି କରୋନା ଯୋଦ୍ଧା କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ।
ଚିକିତ୍ସା ପରେ ସୁସ୍ଥ ହୋଇଥିଲେ । କିନ୍ତୁ ସୁସ୍ଥ ହେବା ପରେ ବିଶ୍ରାମ ନ ନେଇ କାର୍ଯ୍ୟରେ ଯୋଗ ଦେଇଥିଲେ ବିଭୂତି । ଏନେଇ ବ୍ରହ୍ମପୁର ଏସପି ଟୁଇଟ୍ କରି ସୂଚନା ଦେଇଥିଲେ । ବ୍ରହ୍ମପୁର ଏସପିଙ୍କ ଏହି ଟୁଇଟକୁ ମୁଖ୍ୟମନ୍ତ୍ରୀଙ୍କ କାଯ୍ୟାଳୟ ପକ୍ଷରୁ ରିଟୁଇଟ୍ କରି ବିଭୂତିଙ୍କୁ ପ୍ରଶଂସା କରାଯାଇଛି । ପୂବରୁ ଲକଡାଉନ ସମୟରେ ନିଜ ବିବାହକୁ ସ୍ଥଗିତ କରି ଚଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ।

Advertisement