Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଟିମ୍ ଯାଂଚ ଆରମ୍ଭ

ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଟିମ୍ ଯାଂଚ ଆରମ୍ଭ

208
ADVERTISEMENT

ହିଞ୍ଜିଳିକାଟୁ,୧୧/୦୭ (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଦେ୍ର୍ଧଶକ୍ରମେ ହିଞ୍ଜିଳିକାଟୁ ପୌରାଂଚଳର ବିଭିନ୍ନ ୱାଡର଼୍ର ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଟିମ୍ ପକ୍ଷରୁ ଗତ ୯ ତାରିଖ ଠାର ସ୍ୱାସ୍ଥ୍ୟ ଯାଂଚ କରାଯାଉଛି । ପ୍ରତ୍ୟେକ ପରିବାରର ସମସ୍ତ ସଦସ୍ୟଙ୍କ ସଠିକ୍ ତଥ୍ୟ ନେଉଛନ୍ତି ଏହି ସ୍ୱାସ୍ଥ୍ୟ ଟିମ୍ । ପ୍ରତ୍ୟେକଙ୍କ ଜ୍ୱର, କାଶ, ଥଣ୍ଡା ହେଉଛି କି ନାହିଁ ପଚାରି ବଝିବା ସହ କରୋନା ସଂକ୍ରମଣ ଠାରୁ ଦୂରେଇ ରହିବା ସହ ସରକାରଙ୍କ ସମସ୍ତ କଟକଣା ମାନି ଚଳିବା ଓ ନିଦେ୍ର୍ଧଶକୁ ମାନିବା ସକାଶେ ପରାମର୍ଶ ଦେଉଛନ୍ତି । ପ୍ରତ୍ୟେକସ୍ଥର୍ମାଲ ସ୍କ୍ରିନିଂ କରିବା ସହ ପଲସ୍ ଅକ୍ସିମିଟର ସହାୟତାରେ ପଲସ୍ ପରୀକ୍ଷା କରୁଥିବାର ଦେଖିବାକୁ ମିଳିଛି । ଏହି ସ୍ୱାସ୍ଥ୍ୟ ଯାଂଚ ପ୍ରକ୍ରିୟା ଆସନ୍ତା ୧୩ ତାରିଖ ମଧ୍ୟରେ ସମ୍ପୁର୍ଣ୍ଣ କରିବା ସକାଶେ ଜିଲ୍ଲା ପ୍ରଶାସନର ନିଦେ୍ର୍ଧଶ ରହିଛି । ଅନ୍ୟ ପକ୍ଷରେ ସ୍ୱାସ୍ଥ୍ୟ ଟିମ୍ର ଯାଂଚ ପ୍ରକ୍ରିୟା ସମୟରେ କୌଣସି ବ୍ୟକ୍ତି ନିଜର କିମ୍ବା ପରିବାରର କୌଣସି ପ୍ରକାର ରୋଗ କିମ୍ବା ସଂକ୍ରମଣର ଆଶଙ୍କା ରହିଥିଲେ ତଥ୍ୟ ଗୋପନ ନରଖିବା ସକାଶେ ଏବଂ ସମସ୍ତ ତଥ୍ୟ ସଠିକ ଭାବେ ପ୍ରକାଶ କଣେ ସହଜରେ ଆମେ କରୋନାକୁ ହଟାଇ ପାରିବା ବୋଲି ତହସିଲଦାର ଗୋପିନାଥ କୁଅଁର କହିଛନ୍ତି । ଏଭଳି କାର୍ଯ୍ୟରେ ସ୍ୱାସ୍ଥ୍ୟ ଟିମ୍ଙ୍କୁ ସଂପୃକ୍ତ ୱାଡର଼୍ର ଅଙ୍ଗନୱାଡ଼ି କର୍ମୀ ସହାୟତା ପ୍ରଦାନ କରୁଥିବାର ଦେଖିବାକୁ ମିଳିଛି ।

Advertisement