ପୁରୀ ସାକ୍ଷୀଗୋପାଳ ପଟ୍ଟନାୟକିଆରେ ଟ୍ରିପଲ ମର୍ଡର ମାମଲାରେ ଆଉ ୨ମୁଖ୍ୟ ଅଭିଯୁକ୍ତ ଗିରଫ

339
ADVERTISEMENT

ପୁରୀ, ୨୮/୭ ଏଜେନସି : ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟକିଆ ଛକରେ ଟ୍ରିପଲ୍‌ ମର୍ଡର ଘଟଣାରେ ସମ୍ପୃକ୍ତ ଥିବା ନେଇ ପୁଲିସ ପୂର୍ବରୁ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ରବିବାର ଆଉ ୨ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ମିଟୁ ଓ ପୁନିଆ ବେହେରା । ଉଭୟଙ୍କୁ ପୁଲିସ ପିପିଲି ନିକଟ ଏକ ଜଙ୍ଗଲରୁ ଗିରଫ କରିଥିବା ନେଇ ପୁରୀରେ ଆୟୋଜିତ ପ୍ରେସ୍‌ମିଟରେ ଏସ୍‌ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ତେବେ ଏହି ହତ୍ୟାକାଣ୍ଡରେ ଆଉ ୫ଜଣ ସମ୍ପୃକ୍ତ ଅଛନ୍ତି ଯେଉଁମାନେ କି ଏଯାବତ୍‌ ଫେରାର ଅଛନ୍ତି । ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା । ୩ ଜଣ ଅଭିଯୁକ୍ତ ରାଜ୍ୟ ବାହାରୁ ଗିରଫ ହୋଇଥିଲେ । ସୂଚନାଯୋଗ୍ୟ, ଗତ ୧୪ ତାରିଖ ଦିନ ସତ୍ୟବାଦୀ ଥାନା ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମର ନିଧି ବେହେରାଙ୍କ ପୁଅ ଭିକାରୀ ବେହେରା, ଭ୍ରମର ବେହେରାଙ୍କ ପୁଅ ହରିହର ବେହେରା, ଫକୀର ବେହେରାଙ୍କ ପୁଅ ମନୁଆ ବେହେରା, ରାମ ବେହେରାଙ୍କ ପୁଅ ସହଦେବ ବେହେରା, ଗୋବିନ୍ଦ ବେହେରାଙ୍କ ପୁଅ ସୁବଳ ବେହେରା ଓ ଫକୀର ବେହେରାଙ୍କ ପୁଅ ଶଙ୍କର ବେହେରା ଗୋଟିଏ ପରିବାରର ୨ ଭାଇ ଓ ଅନ୍ୟ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଅଭିଯୁକ୍ତମାନେ ୩ ଜଣଙ୍କୁ ଗୋଡାଇ ଗୋଡାଇ ହାଣିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପୁଲିସ ଅଭିଯୁକ୍ତମାନଙ୍କୁ ବିଭିନ୍ନ ସ୍ଥାନରୁ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା ବୋଲି ଏସ୍ପି ସୂଚନା ଦେଇଥିଲେ।

Advertisement