Sunday, September 6, 2026
ADVERTISEMENT
Home ମୁଖ୍ୟ ଖବର ପୁଲିସ୍‌କୁ ମିଳିଲା ଷ୍ଟୋନ୍‌ମ୍ୟାନ୍‌ର ସୁରାକ୍‌, ଖୁବ୍‌ଶୀଘ୍ର ହେବ ଗିରଫ

ପୁଲିସ୍‌କୁ ମିଳିଲା ଷ୍ଟୋନ୍‌ମ୍ୟାନ୍‌ର ସୁରାକ୍‌, ଖୁବ୍‌ଶୀଘ୍ର ହେବ ଗିରଫ

270
ADVERTISEMENT

କଟକ , ୨୮/୭ ଏଜେନସି : କଟକରେ ଗତକିଛି ଦିନ ହେବ ସିରିଏଲ୍‌ କିଲିଂକୁ ନେଇ କୋକୁଆ ଭୟ ଖେଳି ଯାଇଥିଲା। ତେବେ ଏହି ମାମଲାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ସିରିଏଲ କିଲରର ସୁରାଖ୍‌ ମିଳିଥିବା କଥା ଡସିପି କହିବା ସହିତ ଖୁବ୍‌ଶୀଘ୍ର ଅଭିଯୁକ୍ତକୁ ବି ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, କିିଛିଦିନ ତଳେ କଟକରେ ସାଇକୋ କିଲର ବୁଲୁଥିବା ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା । ଏହି ସାଇକୋ କିଲର ୨୪ ଘଣ୍ଟାରେ ମଧ୍ୟରେ ତିନିତିନି ଜଣଙ୍କ ଜୀବନ ନେଇଥିବା ଖବର ମିଳିଥିଲା । ଏଭଳି ଛାତିଥରା ହତ୍ୟାକାଣ୍ଡର ଖବର ଆସିବା ପରେ ସିଲଭର ସିଟି ସ୍ତବ୍ଧ ହୋଇଯାଇଥିଲା । ତେବେ ସବୁଠାରୁ ବଡ଼ କଥା ହେଉଛି ତିନୋଟି ଯାକ ହତ୍ୟାକାଣ୍ଡ ଗୋଟିଏ ପ୍ରକାର ହୋଇଥିବା ସୂଚନା ମିଳିଛି । ଅର୍ଥାତ ସମସ୍ତଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ଆଉ ଏହି ସବୁ ହତ୍ୟାକାଣ୍ଡରେ ସାଇକୋ କିଲର ସଂପୃକ୍ତି ଥିବା ପୁଲିସ୍‌ ସନ୍ଦେହ କରିଥିଲା । କଟକ ଓଏମପି ଛକରେ ୨ଟି ଏବଂ ରାଣୀହାଟ ଛକରେ ଗୋଟିଏ ମୁଣ୍ଡ ସହ ମୋଟ ୩ଟି ମୁଣ୍ଡ ଗଡାଇଥିଲା । ଏହାକୁ ନେଇ କଟକ କମିସନରେଟ୍‌ ପୁଲିସ ପକ୍ଷରୁ ଜଣେ ଆଡିସନାଲ ଏସ୍ପିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍‌ ୩ଟି ହତ୍ୟାକାଣ୍ଡର ତଦନ୍ତ ପାଇଁ ଗଠନ କରାଯାଇଥିଲା । ଏହି ଟିମ୍‌ ହତ୍ୟାକାଣ୍ଡ ଘଟିଥିବା ଆଖପାଖ ଅଞ୍ଚଳର ସିସି କ୍ୟାମେରା ଫୁଟେଜ ଜବତ କରି ତଦନ୍ତ ଆରମ୍ଭ କରିଥିଲେ।

Advertisement