ବ୍ରହ୍ମପୁର ୯/୭(ଇ.ରଞ୍ଜନ ) : ବ୍ରହ୍ମପୁର ଏସବିଆଇ ମଣ୍ଡଳ ଅନ୍ତର୍ଗତ ଅଙ୍କୁଶପୁର ବୃନ୍ଦାବନ ବିହାର ଏସବିଆଇ ବ୍ୟାଙ୍କର କାର୍ଯ୍ୟପ୍ରତି ଗ୍ରାହକଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ଦୂର ଦୁରନ୍ତରୁ ଗ୍ରାହକ ଧାଇଁ ଆସୁଥିବା ବେଳେ ସେମାନଙ୍କୁ ବ୍ୟାଙ୍କ ପରିସରରେ ଟଙ୍କା ଉଠାଇ ବା ପାଇଁ ବାରଣ କରାଯାଉଛି I ସେମାନଙ୍କୁ କୁହା ଯାଉଛି ଗ୍ରାହକ ସେବାକେନ୍ଦ୍ରକୁ ଯାଇଟଙ୍କା ଉଠାନ୍ତୁ, ସେମାନେ ଧାଇଁ ଗ୍ରାହକ ସେବାକେନ୍ଦ୍ରକୁ ଯାଇ ଟଙ୍କା ଉଠାଇବା ପାଇଁ ଯାଉଥିଲା ବେଳେ ଗ୍ରାହକ ସେବାକେନ୍ଦ୍ର ଗୁଡିକ ବହୁ ସମୟରେ ତାହା ବନ୍ଦ ରହୁଥିବାରୁ ଗ୍ରାହକ ମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ବର୍ତମାନ ସମୟରେ କୋରନା ସ୍ଥିତି ପ୍ରତିଜିଲ୍ଲା ଅପେକ୍ଷା ଗଞ୍ଜାମ ରେ ସାଙ୍ଘାତିକ ଚିତ୍ର ପ୍ରଦର୍ଶନ କରୁଥିବା ବେଳେ ସରକାରୀ ସୂତ୍ରରୁ ନିର୍ଦେଶ ଦିଆଯାଉଛି ଯେ ମାସ୍କ ନଚେତ ରୁମାଲ କପଡା ବିନା ଘରରୁ ବାହାରକୁ ଆସିବା ନିମନ୍ତେ ନିଷେଧ ସଚେତନତା ଦେଉଥିବା ବେଳେ ବ୍ୟାଙ୍କରେ ମାସ୍କ ଥିଲେ ହିଁ ପ୍ରବେଶ ରୁମାଲ ଥିଲେ ମଧ୍ୟ ଗ୍ରାହକଙ୍କୁ ପ୍ରବେଶକୁ ବାରଣ କରୁଥିବା ଅଭିଯୋଗ ହୋଇଛି I ଏହା ସହ ଟଙ୍କା ଦେବା ନେବା ବିନା କୌଣସି କାର୍ଯ୍ୟ ମଧ୍ୟ ସଫଳ ହେଉନଥିବା ସହ ଅଞ୍ଚଳର ବିଭିନ୍ନ ଏଟିଏମ ଗୁଡିକରେ ଆବଶ୍ୟକତା ଅନୁଯାୟୀ ଟଙ୍କା ରହୁନଥିବା ଅଭିଯୋଗ ହୋଇଛି I ତେଣୁ ଷ୍ଟେଟବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଲେ ସାଧାରଣ ଗ୍ରାହକ ଉପକୃତ ହୋଇଥାନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଇଛି I


















