ବ୍ରହ୍ମପୁର ୯/୭(ବିଶ୍ୱରଞ୍ଜନ) : ଏମ୍କେସିଜି ମେଡ଼ିକାଲରେ ନୂଆ କଟକଣା । ବର୍ତ୍ତମାନ ପାଇଁ ଓପିଡ଼ି ବନ୍ଦ କରିବାକୁ ନିଷ୍ପତ୍ତି । ଜରୁରୀକାଳୀନ ସେବା ପୂର୍ବ ପରି ଜାରି ରହିବ । ରୋଗୀଙ୍କ ସହ କେବଳ ଜଣେ ସମ୍ପର୍କୀୟ ଉପସ୍ଥିତ ରହିବେ । ଏମ୍କେସିଜିକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଗୋଟିଏ ଫାଟକ ଖୋଲା ରହିବ । ତଦାରଖ ପାଇଁ ଏମ୍କେସିଜି ସୁପରିନ୍ଟେଣ୍ଡେଣ୍ଟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।


















