ବ୍ରହ୍ମପୁର,୯/୭(ବିଶ୍ୱରଞ୍ଜନ) : ଗଞ୍ଜାମ ଓକିଲ ସଂଘର ଜଣେ ଆଇନଜୀବି ସ୍ବପ୍ନରଞ୍ଜନ ପାଣିଗ୍ରାହୀ (୪୧ ) ଙ୍କ ଆଜି କୋଭିଡ ହସ୍ପିଟାଲ ସିତଲାପଲ୍ଲୀ ଠାରେ ମୃତ୍ୟୁ ଘଟିଥିବା ନେଇ ତାଙ୍କ ବାପା ସୂଚନା ଦେଇଛନ୍ତି । ସେ ୫ ଦିନ ପୁର୍ବେ କରୋନା ପୋଜିଟିଭ ହୋଇ ସିତଲାପଲ୍ଲୀ ହସ୍ପିଟାଲରେ ଭର୍ତି ହୋଇଥିଲେ । ଆଜି ତାଙ୍କର ମୃତ୍ୟୁ ଘଟିଛି । ପୂର୍ବତନ ଓକିଲ ସଂଘ ସମ୍ପାଦକ କୈଳାସ ପାଣିଗ୍ରାହୀଙ୍କ ସେ ପରିଚିତ ଥିଲେ । ପ୍ରଶାସନ ଯୁବ ଆଇନଜୀବୀ ସ୍ବପ୍ନରଞ୍ଜନଙ୍କ ଅନ୍ତେଷ୍ଟ୍ରି କାର୍ଯ୍ୟ ସମ୍ପାଦନ କରିବ ବୋଲି ସ୍ବପ୍ନରଞ୍ଜନଙ୍କ ବାପା ସୂଚନା ଦେଇଛନ୍ତି । ସ୍ବପ୍ନଙ୍କ ଘର ହିଂଜିଲିକାଟୁ ।


















