Tuesday, November 10, 2026
ADVERTISEMENT
Home ରାଜ୍ୟ ପବିତ୍ର ଗୁରୁପୁର୍ଣିମା ଅବସରରେ ରେ ଦିଲ୍ଲୀ ରେ ଆଧ୍ୟାତ୍ମିକ ପତ୍ରିକା “ଅଭିରାମ ଆଲୋକ...

ପବିତ୍ର ଗୁରୁପୁର୍ଣିମା ଅବସରରେ ରେ ଦିଲ୍ଲୀ ରେ ଆଧ୍ୟାତ୍ମିକ ପତ୍ରିକା “ଅଭିରାମ ଆଲୋକ ” ଓ ନିଜସ୍ଵ ୱେବ ସାଇଟ ଲୋକାର୍ପିତ

401
ADVERTISEMENT

ନୂଆଦିଲ୍ଲୀ,୭/୭(ଲକ୍ଷ୍ମୀ ବେବର୍ତ୍ତା ) : ଯୁଗାବତାର ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଜୀବନାବଳି, ତାଙ୍କ ଆଦର୍ଶ, ଭାବଧାରା ଓ ,ଅଲୌକିକ ଲୀଳା, ଦିବ୍ୟଶକ୍ତି ତଥା ଠାକୁର ଙ୍କ ଉପରେ ଆଧାରିତ ବିଭିନ୍ନ ଭକ୍ତି ତଥ୍ୟ ସମ୍ମିଳିତ ଲେଖl ଗୁଡିକୁ ନେଇ ପ୍ରକାଶିତ “ଅଭିରାମ ଆଲୋକ ମାସିକ ” ଇ” ପତ୍ରିକା (ଅନ ଲାଇନ ପତ୍ରିକା )”ଅଭିରାମ ଆଲୋକ “ଓ ସ୍ୱତନ୍ତ୍ର ୱେବ ସାଇଟ www shreeabhiram cultural center. com. ଆଜିର ପବିତ୍ର ଗୁରୁପୁର୍ଣିମା ଅବସରରେ ଦିଲ୍ଲୀ ଅଭିରାମ ସାଂସ୍କୃତିକ କେନ୍ଦ୍ର ଦ୍ୱାରା ଲୋକାର୍ପିତ ହୋଇଯାଇଛି. ଠାକୁରଙ୍କ ବହୁ ଆଧ୍ୟାତ୍ମିକ ଶ୍ରଦ୍ଧାଳୁ ଏବଂ ଦିଲ୍ଲୀ ରେ ବସବାସ କରୁଥିବା ଶ୍ରୀ ଶ୍ରୀ ଠାକୁର ଅଭିରାମ ଅନୁରାଗୀ ମାନଙ୍କ ଦ୍ୱାରା ଠାକୁର ଙ୍କ ଦିବ୍ୟଲୀଳା , ଦିବ୍ୟ ଦର୍ଶନ, ଏବଂ ସେମାନଙ୍କ ଦିବ୍ୟ ଅନୁଭୂତି ସମ୍ପର୍କିତ ବିଭିନ୍ନ ତଥ୍ୟ ସମ୍ମିଳିତ ଲେଖା ସବୁ ଏଥିରେ ( ସଂକଳନ )ସ୍ଥାନ ପାଇଛି. ସାମ୍ପ୍ରତିକସ୍ଥିତି ରେ ମହାମାରୀ କରୋନା ର ଭୟl ଭୟତା କୁ ଦୃଷ୍ଟି ରେ ରଖି ଓ ସରକାର ଙ୍କ ନୀତିନିୟମ ମାନି ସୀମିତ ସଂଖ୍ୟାରେ ଭକ୍ତ ଙ୍କ ଉପସ୍ଥିତରେ ସାମାଜିକ ଦୂରତାରଖି ଆଜି ଅର୍ଚନିସ୍ଥିତ ଶ୍ରୀ ଅଭିରାମ ଆଶ୍ରମ ତଥା ସାଂସ୍କୃତିକ କେନ୍ଦ୍ର ପରିସରରେ ଗୋଷ୍ଠୀପୂଜା ଅନୁଷ୍ଠିତ ହୋଇଥିଲା. ଓଡିଶା ରେ ଜନ୍ମିତ, ସାମାଜିକ କର୍ମୀ, ଆଇନଜୀବି ତଥା ଦିଲ୍ଲୀ ଶ୍ରୀ ଅଭିରାମ ସାଂସ୍କୃତିକକେନ୍ଦ୍ର ର ସଭାପତି ବିଜୟ କୁମାର ସାମଲ ଏହି ମାସିକ (ଅନ ଲାଇନ ) ପତ୍ରିକା କୁ ଲୋକାର୍ପିତ କରି କହିଥିଲେ ପ୍ରତିଟି ମନୁଷ୍ୟ ମଧ୍ୟରେ ଦୈବ(ଦେବତା ସମ୍ୱନ୍ଦୀୟ )
ଜାଗୃତ କରାଇବା ସହ ସମାଜରେ ଆଧ୍ୟାତ୍ମିକ ଞାନ ର ପ୍ରଚାର ଓ ପ୍ରସାର ଲୋକଙ୍କୁ ଆଧ୍ୟାତ୍ମିକ ଦିଗ ଦର୍ଶନଦେବା ସହ ଲୋକଙ୍କ ମନ ଭିତରେ ଆଧ୍ୟାତ୍ମିକ ସଚେତନତା ସୃଷ୍ଟି କରାଇବା ଏହି ପତ୍ରିକା ପ୍ରକାଶନ ର ମୂଳଲକ୍ଷ୍ୟ । ଦୀର୍ଘଦିନଧରି ପତ୍ରିକା ପ୍ରକାଶ ପାଇଁ ଦିଲ୍ଲୀ ଅଭିରାମ ସାଂସ୍କୃତିକ କେନ୍ଦ୍ର ଏଥିନେଇ ଉଦ୍ୟମ ଜାରିରଖିଥିଲା.ଯାହାହେଉ ଠାକୁର ଙ୍କ ଆଶୀର୍ବାଦ ରେ ଏହା ଆଜିର ପବିତ୍ରଗୁରୁପୂର୍ଣ୍ଣିମା ଅବସରରେ ରେ ସଫଳ ହୋଇଛି । ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବ ଙ୍କ ପ୍ରଚାରିତ ଅମୃତବାଣୀ, ତାଙ୍କ ନିର୍ଦେଶତ ପଥ ହିଁ ଯୁଗ ଯୁଗ ପାଇଁ ପ୍ରତିଟି ସମସ୍ୟା ର ସମାଧାନ ର ଏକମାତ୍ର ମୂଳମନ୍ତ୍ର ବୋଲି ସେ କହିବା ସଂଗେ ସଂଗେ ଆଜିର କଳୁଷିତ ସମାଜ ପାଇଁ ଠାକୁର ଙ୍କ ଭାବଧାରା, ଆଦର୍ଶ କୁ ନେଇ ପ୍ରତିଟି ମନୁଷ୍ୟ ଚଳିପାରିଲେ ଜୀବନରେ ସୁଖ, ଶାନ୍ତି ଓ ଆନନ୍ଦ ର ଅଧିକାରୀ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଠାକୁର ଶ୍ରୀ ଶ୍ରୀ ଅଭିରାମ ଭକ୍ତ ତଥା ବହୁ ଆଶ୍ରିତ ମାନଙ୍କ ଦ୍ୱାରା ଇଂରାଜୀ ଓ ଓଡ଼ିଆ ଭାଷା ରେ ଆଧ୍ୟାତ୍ମିକଚେତନା ରେ ଭରପୁର ହୋଇ ସମୃ ଦ୍ଧି ପାଇଥିବା ଏହି “ଇ ” ପତ୍ରିକା ଵା (ଇ ମେଗାଜ଼ିନ୍)”ଅଭିରାମ ଆଲୋକ ସମସ୍ତ ଙ୍କ ଜୀବନ କୁ ଆଲୋକିତ କରିବା ସହ ନିଶ୍ଚିତ ଭାବେ ରାଜ୍ୟ ଏବଂ ରାଜ୍ୟ ବାହାରେ ରହୁଥିବା ଅଗଣିତ ଅଭିରାମ ଅନୁରାଗୀ ଭକ୍ତ, ପାଠକ, ପାଠିକl ଓ ବିଦେଶ ରେ ଥିବା ସମସ୍ତ ଭକ୍ତ ଙ୍କ ପାଖରେ ନିଶ୍ଚିତ ଭାବେ ଆଦୃତି ଲାଭ କରିବ ବୋଲି ସେ ଆଶାପ୍ରକଟ କରିବା ସହ ପ୍ରତି ମାସ ରେ ପ୍ରକାଶ ପାଇବାକୁ ଯାଉଥିବା ଥିବା ଏହି ପତ୍ରିକା କୁ ରାଜ୍ୟ ଏବଂ ରାଜ୍ୟ ବାହର ଓ ବିଦେଶ ରେ ଥିବା ଭକ୍ତ ମାନେ ମଧ୍ୟ ଠାକୁର ଙ୍କ ଉପରେ ଆଧାରିତ ଲେଖା ଗୁଡିକ ରୀତିମତ ପଠାଇ ଏହି “ଇ ” ପତ୍ରିକା କୁ ଆଗାମୀ ଦିନରେ ଆହୁରି ସମୃଦ୍ଧି କରିବା ପାଇଁ ଶେଷରେ ସେ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ. ଏହି ଅବସରରେ ପ୍ରତି ମାସ ଭଳି ମାସିକ ଗୋଷ୍ଠୀପୂଜା ହେବା ସହ ଶ୍ରୀ ଅଭିରାମ ସାଂସ୍କୃତିକ କେନ୍ଦ୍ରର ମୁଖ୍ୟ ରାସ୍ତା ଅରବିନ୍ଦ ମାର୍ଗ ରେ ରାସ୍ତା ର ଯିବା ଆସିବା କରୁଥିବା ପଥିକ ମାନଙ୍କୁ କରୋନା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଇବା ସହ ସାବୁନ, ମାସ୍କ, ଅନ୍ୟ ସେନଟାଇଜେସନ ଜିନିଷ ବିତରଣ କରିଥିଲେ । କାର୍ଯ୍ୟକ୍ରମ ରେ ଟ୍ରଷ୍ଟର ଉପଧକ୍ଷ ସର୍ବେଶ୍ୱର ସାହୁ, ଦୁର୍ଗା ପ୍ରସାଦ ବିଶ୍ୱାଳ, ଦେବେନ୍ଦ୍ର ସ୍ୱେଜ୍ବାୱlଲ, ସୋମ୍ୟl ନାୟିକ, ତ୍ରିଲୋଚନ ଜେନା, ସୁରିନ୍ଦର, ମାମାନରାମ ପ୍ରମୁଖ ଯୋଗ ଦେଇଥିବା ଜଣା ଯାଇଛି ।

Advertisement