କରୋନା କଟକଣା ଯୋଗୁଁ ବୋଲବମ ବନ୍ଦ

218
ADVERTISEMENT


ବଲାଙ୍ଗୀର, ୭/୭ ( ସୁନୀଲ ତ୍ରିପାଠୀ): ହରିଶଙ୍କର ଶୈବପୀଠ ସ୍ତବ୍ଧ । କରୋନା ସଂକ୍ରମଣ ରୋଗ ଯୋଗୁଁ ଚଳିତବର୍ଷ ବୋଲବମ ଯାତ୍ରା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି । ଅନ୍ୟ ବର୍ଷ ମାନଙ୍କରେ ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ଶୈବପୀଠ କୁ ହଜାର ହଜାର ସଂଖ୍ୟାରେ କାଉଡ଼ିଆ ଭକ୍ତ ମାନେ ଆସି ଝରଣା ରୁ ପାଣି ବୁଡାଇ ଏଠାରେ ଥିବା ସର୍ବ ପୁରାତନ ଶିବ ଲିଙ୍ଗରେ ଜଳଲାଗି କରିଥାନ୍ତି।କିନ୍ତୁ ଚଳିତ ବର୍ଷ ରାଜ୍ୟ ସରକାର ବୋଲବମ ଯାତ୍ରାକୁ ନିସେଧ କରିଥିବା ଫଳରେ ହରିଶଙ୍କର ଶୈବପୀଠ ସହିତ ଜିଲ୍ଲା ର ସମସ୍ତ ଶୈବପୀଠ ଖାଁ ଖାଁ ହୋଇ ପଡ଼ିଅଛି।କେବଳ ପୂଜାକମାନେ ରୀତିନୀତି ଅନୁସାରେ ହରିଶଙ୍କର ପିଠିରେ ପୂଜାର୍ଚ୍ଚନା କରୁଥିବା ଜଣା ପଡ଼ିଅଛି।ବଲାଙ୍ଗୀର ସହର ଠାରୁ ୮୦ କିଲୋମିଟର ଦୂରରେ ଏହି ଶୈବପୀଠ ଅବସ୍ଥିତ ହୋଇ ଥିଲେ ମଧ୍ୟ ଜିଲ୍ଲା ତଥା ଜିଲ୍ଲା ବାହାରୁ କାଉଡ଼ିଆ ଭକ୍ତ ମାନେ ଏହି ମନ୍ଦିର କୁ ଆସି ଦର୍ଶନ କରିବା ସହିତ ଭଗବାନ ଶିବଙ୍କୁ ମାନସିକ କରିଥାନ୍ତି।ବଲାଙ୍ଗୀର ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ଧୀରେ ଧୀରେ ବଢି ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ଶୈବପୀଠ ରେ ୧୪୪ ଧାରା ଜାରି କରିଛନ୍ତି । ହରିଶଙ୍କର ଶୈବପୀଠ ସମ୍ପୁର୍ଣ୍ଣ ଭାବରେ ଖାଁ ଖାଁ ହୋଇଥିବା ସହିତ ଏଠି କୌଣସି ବୋଲବଲ ଭକ୍ତଙ୍କ ଦେଖା ମିଲୁନାହିଁ।

Advertisement