ଗୁପ୍ତେଶ୍ବରଙ୍କ ପାଖକୁ ପାଣି ନେଇ ଯାଉଥିଲେ ୮ଜଣ କାଉଡ଼ିଆ ,ପଛରୁ ଧକ୍କା ଦେଲା ଏକ ବୋଲେରୋ

355
ADVERTISEMENT

ଜୟପୁର,୨୮/୭ ଏଜେନସି : ଗତକାଲି ବିଳମ୍ବିତ ରାତିରେ ଜୟପୁର-ବୈପାରିଗୁଡ଼ା ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ କୋରାପୁଟ ଜିଲ୍ଲାର ପାତ୍ରପୁଟରୁ ପାଣି ନେଇ ୮ଜଣ ଯୁବକ ଗୁପ୍ତେଶ୍ବର ମହାଦେବଙ୍କ ପାଖକୁ ଯାଉଥିଲେ। ସେମାନେ ଜୟପୁର-ବୈପାରିଗୁଡ଼ା ରାସ୍ତାରେ ଯାଉଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଜଣାଯାଇଛି। ସେମାନଙ୍କୁ ହଠାତ୍ ଏକ ବୋଲେରୋ ଗାଡ଼ି ପଛପଟୁ ଧକ୍କା ଦେଇ ଚାଲିଯାଇଥିଲା। ଏହାଫଳରେ ୪ଜଣ କାଉଡ଼ିଆଙ୍କ ଅବସ୍ଥା ଗୁରୁତର ହୋଇଥିଲା । ସେମାନଙ୍କର ଗୋଡ଼ ଭାଙ୍ଗିଯାଇଥିବାର ଖବର ମିଳିଛି। ଅନ୍ୟ ୪ଜଣ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଜୟପୁର ହସ୍ପିଟାଲରେ ଚିକିତ୍ସିତ କରାଯାଇଥିଲା। ତାପରେ ଗୁରୁତର କାଉଡ଼ିଆମାନଙ୍କୁ କେରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲକୁ ପଠାଯାଇଥିଲା। ଏବେ ସେଠାରେ ସେମାନଙ୍କର ଚିକିତ୍ସା ଚାଲିଥିବା ଜଣାଯାଇଛି। ତେବେ ଗାଡ଼ି ସଂପର୍କରେ କିଛି ସୂଚନା ମିଳି ନଥିବା କୁହାଯାଉଛି।

Advertisement