Thursday, September 24, 2026
ADVERTISEMENT
Home ଆଞ୍ଚଳିକ ବର୍ଷା ଘଡ଼ଘଡ଼ି ବେଳେ ବିଦ୍ୟୁତ୍ ଆଘାତରେ ୪ ଆହତ

ବର୍ଷା ଘଡ଼ଘଡ଼ି ବେଳେ ବିଦ୍ୟୁତ୍ ଆଘାତରେ ୪ ଆହତ

243
ADVERTISEMENT

ଖଜୁରୀପଡ଼ା, ୬ା୭ (ଅନନ୍ତ କୁମାର ଦିଗାଲ):ଖଜୁରୀପଡ଼ା ମୁଖ୍ଯ ବଜାର ସାହିରେ ବର୍ଷା ଓ ଘଡ଼ଘଡ଼ିର ପ୍ରଭାବ ଲାଗିରହିଥିବା ବେଳେ ଘରଭିତରେ ଥିବା ପରିବାର ସଦସ୍ଯ କରେଣ୍ଟ ଆଘାତ ରେ ଆହତ ହୋଇ ପ୍ରଥମେ ଖଜୁରୀପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଫୁଲବାଣୀ ଜିଲ୍ଲା ମୁଖ୍ଯ ହସପିଟାଲ କୁ ସ୍ଥାନାନ୍ତର କରାଯାଇଛି।ସାହିର କାଂଚନବାଳା ଜେନା ନଳୀନି ସାମନ୍ତରାୟ ନମିତା ସାହୁ ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ଘରେ ଥିବା ବେଳେ ହଠାତ୍ ଘଡ଼ଘଡ଼ି ବେଳେ ବିଦ୍ୟୁତ୍ ଆଘାତ ଲାଗିଥିବା ଅନୁମାନ କରାଯାଉଛି।ସମସ୍ତ ଙ୍କୁ ଏଠାରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ଯ ହସପିଟାଲକୁ ପଠାଯାଇଥିବା ବେଳେ ସେଠାରେ ଆହତ ମାନଙ୍କୁ ଚିକିତ୍ସା କରାଯାଉଛି।
ଘଟଣା ସମ୍ପର୍କରେ ସୁଚନା ପାଇ ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଉଭୟ ଖଜୁରୀପଡ଼ା ଏବଂ ଫୁଲବାଣୀ ଜିଲ୍ଲା ମୁଖ୍ଯ ହସପିଟାଲ ଅଧିକାରୀଙ୍କୁ ଯୋଗାଯୋଗ କରି ଆହତ ମାନଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି ତହସିଲଦାର

Advertisement