ବ୍ରହ୍ମପୁର,୬/୭,(ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲାରେ ନିୟମ ଉଲ୍ଲଘଂନ କାରିଙ୍କ ବିରୁଦ୍ଧରେ ପୁଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଅଛି ।ବ୍ରହ୍ମପୁର ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ରବିବାରସକାଳ ୬ଟା ଠାରୁ ଆଜି ସକାଳ୬ଟା ପର୍ଯ୍ୟନ୍ତ ଏକ ଲକ୍ଷ୭ହଜାର ୪ଶହଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ମିଳିଛି ।
ମାସ୍କ ପିନ୍ଧି ନଥିବା୨୨୭ଜଣ ଓ ଅମାନିଆ ଗାଡି ଚାଳକ୧୨୨ଜଣଙ୍କ ଠାରୁ ଏହି ଟଙ୍କା ଆଦାୟ ହୋଇଛି।ଗୋଟିଏ କୋଭିଡ୍୧୯ ମାମଲା ରୁଜ୍ଜୁ ହୋଇଛି। ୮ଲିଟର ମଦଜବତ ସହ ଗୋଟିଏ ଅବକାରୀ କେସ, ବିଭିନ୍ନ ମାମଲାରେ ୮ଜଣଙ୍କ ନାମରେ ଗିରଫ ନୋଟିସଜାରି କରିଛନ୍ତି।


















