Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଶବଦାହ ପାଇଁ ଅଭାବ ହେଲାଣି କାଠ !

ଶବଦାହ ପାଇଁ ଅଭାବ ହେଲାଣି କାଠ !

204
ADVERTISEMENT

ସାନଖେମୁଣ୍ଡି,୦୬.୦୭( ସପନ ଦାଶ) : କରୋନା ମହାମାରୀର ଭୟଙ୍କର ପ୍ରଭାବ ସାନଖେମୁଣ୍ଡି ଅଞ୍ଚଳ ଜର୍ଜରିତ ! ଅଞ୍ଚଳବାସୀଙ୍କ ଦୈନନ୍ଦୀନ ଜୀବନଚର୍ଯ୍ୟା ଠାରୁ ଆରମ୍ଭ କରି ସାମାଜିକ, ଅର୍ଥନୈତିକ ଅବସ୍ଥା ଦୋହଲି ଯାଇଛି ! କୃଷି କ୍ଷେତ୍ରରେ ସମ୍ଭାବ୍ୟ ସଙ୍କଟ ଜଳ ଜଳ ଦେଖା ଦେଲାଣି ! ନେଡ଼ିଗୋଡ଼ କହୁଣୀ କୁ ବୋହିଲାଣି ନ୍ୟାୟରେ ସବୁଥିରେ ସଙ୍କଟ ଘନୀଭୂତ ହେବାରେ ଲାଗିଛି ! ସାମାନ୍ୟ ସଚେତନତା ପାଳନ ନକରିବାର ପରିଣାମ ଆଜି ସାନଖେମୁଣ୍ଡି ବାସୀଙ୍କୁ ଭୋଗିବାକୁ ପଡୁଛି ! ସଙ୍ଗରୋଧ କେନ୍ଦ୍ରକୁ ମାଛ ତରକାରୀ ଓ ପାଚିଲାଫଳ ନିକଟ ସମ୍ପର୍କୀୟଙ୍କୁ ଦେବାର କୁଫଳ ଆଜି ଜନ ଜୀବନ ଉପରେ ପଡିଛି ! ଚାହା ଦୋକାନରେ ଗୁଳିଗପ ସହ ଚାହାପାନ, କ୍ରିକେଟ ଖେଳ, ତାସଖେଳର ପରିଣତି ସଙ୍କଟକୁ ଡାକି ଆଣିଛି !କେତେକ କ୍ଷେତ୍ରରେ ସଙ୍ଗରୋଧ କେନ୍ଦ୍ରରୁ ପ୍ରବାସୀ ରାତିରେ ଘରକୁ ଆସି ପୁଣି ସକାଳୁ କେନ୍ଦ୍ରକୁ ଫେରିବାର ଘଟଣା ଆଜିର ଫଳାଫଳ କୁ ସୂଚିତ କରୁଛି ! ପ୍ରଶାସନ ଆମକୁ ଯେତିକି ଜଗିଛି ଆମକୁ ଯେଉଁ ମାର୍ଗଦର୍ଶିକା ଦେଇଛି କଡ଼ାକଡ଼ି କଟକଣା ବି ଥୋଇଛି ଦିନ ରାତି ଏକ କରି ଆମ ବାଟ ଜଗିଛି,, ହେଲେ ଆମେ ଗଳାବାଟ ଦେଇ ଫାଙ୍କିବାର ଫଳ ସମୁହେ ଭୋଗୁଛନ୍ତି !ସାନଖେମୁଣ୍ଡି ଅଞ୍ଚଳ ଏବେ ଧର୍ମସଙ୍କଟରେ ପଡିଛି ! କରୋନା ଭୁତାଣୁର ଗୋଷ୍ଠି ସଂକ୍ରମଣ ବଢ଼ିବାରେ ଲାଗିଛି ! ଶତକ ଅତିକ୍ରମ କଲାଣି ! ଅଧିକାଂଶ ସୁସ୍ଥ ବି ହେଲେଣି, ମେଡିକାଲ ଡାକ୍ତର କର୍ମଚାରୀ ଙ୍କ ସମେତ କରୋନା ଯୋଦ୍ଧାଙ୍କୁ ସଂକ୍ରମଣ ଅଧିକ ବିପଦ ସୃଷ୍ଟି କରିଛି !ଔଷଧ ଦୋକାନୀ ବି ସଙ୍କଟରେ
କରୋନା ବିପତ୍ତି ବେଳେ ବହୁ ବ୍ୟକ୍ତି ଗାଁରେ ହିଁ ରୋଗାକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି ! ଦୈନିକ ମୃତ୍ୟୁସଂଖ୍ୟା ବଢୁଛି !
ଦଶଦିନ ମଧ୍ୟରେ କଙ୍କୋରଡାର ପ୍ରାୟ 25 ଜଣଙ୍କର 10 ପାଟପୁରର 7 ଖଲିଙ୍ଗି 5 ବାଲିଆ ଲେଙ୍କାଖାଲି ଡେଂଗାଡ଼ି ସାହସପୁର ସମେତ ଅନେକ ଗାଁ ରେ ମୃତକ ସଂଖ୍ୟା ବଢୁଛି !
ଧାରାବାହିକ ଭାବେ ସ୍ମଶାନରେ ଚିତାନଳ ଜଳୁଛି ! ଖାଦ୍ୟ ଔଷଧ ପାଣି ସାଙ୍ଗକୁ ଏବେ ପୁଣି କାଠର ଅଭାବ ସୃଷ୍ଟି ହୋଇଛି ! କଙ୍କୋରଡାର ମୋର ଜଣେ ଭାତୃପ୍ରତିମ ଶିକ୍ଷାବିତଙ୍କ କହିବା ପ୍ରକାରେ ଯେଉଁ କଉଡିଆ ଗାଁ ଆଖ ପାଖ ଗାଁର ମୃତକଙ୍କ ସଂସ୍କାର ପାଇଁ କାଠ ବିନାମୂଲ୍ୟରେ ଯୋଗାଉଥିଲା ସେହି ଗାଁରେ ଆଜି ଶବଦାହ ପାଇଁ କାଠ ଅଭାବ ଦେଖାଦେଇଛି ! ପୁରୁଣା ଭଙ୍ଗାଘର ଦଲା ଦୁଲା ମଧ୍ୟ ବୋହୁଛନ୍ତି ! ସବୁଠି ଏବେ ଶବଦାହ ପାଇଁ କାଠ ଅଭାବ ଘୋର ଚିନ୍ତାର ବିଷୟ ହୋଇଛି ! ଏତେ ବଡ଼ ସଙ୍କଟବେଳେ ଆମ ଅଞ୍ଚଳବାସୀ ଏବେ ମଧ୍ୟ ସଚେତନ ହେଲେ ଆମେ କରୋନା ସଙ୍କଟରୁ ମୁକ୍ତି ପାଇବା ସୁନିଶ୍ଚିତ ! ଏବେ ଆଉ ଭୁଲ ଭଟକା ଖୋଜିବାର ବେଳ ନୁହେଁ ଭୁତାଣୁ ବିନାଶର ବେଳ ଜନଗଣ ଓ ପ୍ରଶାସନ ମଧ୍ୟ ସବୁଦିଗ କୁ ତର୍ଜମା କରି ସମନ୍ୱୟ ର ସହ ସହଭାଗିତା ରେ ସହଯୋଗ କଲେ ବିପଦ ଟଳିବ!

Advertisement