କୋଦଳା ,୫/୭(ସୂର୍ଯ୍ୟନାରାୟଣ ବଡୁ) : ବାରମ୍ବାର ପ୍ରତ୍ୟକ ଅଞ୍ଚଳ ଉପରେ ଲଗାତାର ନଜର ରଖିଲେ ରୋଗୀଙ୍କୁ ସହଜରେ ଖୋଜି ବାହାର କରାଯାଇ ପାରିବ ବୋଲି ବିଶ୍ୱାସ ରଖି ଜିଲ୍ଳା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଶନିବାର ଏଏନଏମ ପ୍ରମିଳା ପାତ୍ର ଓ ଡେରାସାହି ଅଙ୍ଗନବାଡି କେନ୍ଦ୍ର କର୍ମୀ ସବିତା କୁମାରୀ ପାଢ଼ୀ , ସହାୟିକା ସବିତା ସାହୁ ମିଳିତ ଭାବେ ଡେରାସାହି , ଦଶବଖରା ସାହି , ଗୋହିରୀନାଳ ସାହି କୁ ଯାଇ ପ୍ରତ୍ଯକ ଘର ମେମ୍ବର ଙ୍କୁ ଡାକି ସାମାଜିକ ଦୂରତ୍ୱ ବଜାୟ ରଖି ସେମାନଙ୍କ ସ୍କ୍ରିନିଙ୍ଗ ଟେଷ୍ଟ କରିଥିଲେ ।କରୋନା ଲକ୍ଷ୍ଯଣ ଅଛିକି ନାହିଂ ପଚାରି ବୁଝିବା ସହିତ ତାର ପ୍ରତିକାର ପାଇଁ ବିଭି୍ନ୍ନ ଉପାୟ ଯଥା ସାବୁନ ରେ ହାତ ଧୋଇବା ଓ ମୁହଁ ଆଖି ନାକ କୁ ନ ଛୁଇଁବା , ମାସ୍କ ବ୍ୟବହାର କରିବା ,ଅତି ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା ,ସାମାଜିକ ଦୂରତ୍ୱ ବଜାୟ ରଖିବା, ୩0ବର୍ଷ ରୁ ଅଧିକ ବୟସର ଲୋକନ୍କୁ ମେଡିକାଲ ନେଇ ବ୍ଲଡ ସୁଗର ଓ ବ୍ଲଡପ୍ରେସର ତୁରନ୍ତ ପରିକ୍ଷ୍ୟା କରିବା , ୬0ବର୍ଷ ରୁ ଊର୍ଦ୍ଧ୍ବ ବ୍ୟକ୍ତି ମାନଙ୍କ ସ୍ବାସ୍ଥ୍ୟ ର ସ୍ଵତନ୍ତ୍ର ଯତ୍ନ ନେବା ଏବଂ ନିୟମିତ ବ୍ୟାୟାମ କରିବାକୁ ପରାମର୍ଶ ଦେବା ସହିତ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ବୋଲି କହିଥିଲେ ।ତତ ସହିତ ମ୍ୟାଲେରିଆ , ଡାଇରିଆ , ଡେଙ୍ଗୁ ଉପରେ ସଚେତନ କରି ଓଆରଏସ ଓ ଜିଙ୍କ ବ୍ଯବାହାର କରି ତରଳ ଝାଡ଼ାର ସଠିକ ଉପଚାର କରିବାକୁ ପରାମର୍ଶ ଦେଇ ଓଆରଏସ ବଣ୍ଟନ କରିଥିଲେ ।ଯକ୍ଷ୍ମା ରୁ ସମ୍ପୂର୍ଣ ଆରୋଗ୍ୟ ପାଇଁ “ଡଟସ “ହିଁ ଏକମାତ୍ର ଉପଚାର ବୋଲି କହିବା ସହିତ “ଡଟ୍ସ”ପଦ୍ଧତ୍ତିରେ ଔଷଧ ଅଧାରୁ ବନ୍ଦ ନ କରି ନିୟମିତ ସେବନ କଲେ ଯକ୍ଷ୍ମା ରୋଗ ୬/୮ମାସରେ ନିଶ୍ଚିତ ଭଲ ହେବ ବୋଲି ପରାମର୍ଶ ଦେଇ କିଛି କିଛି ଔଷଧ ମଧ୍ୟ ବିତରଣ କରିଥିବା ଜଣାପଡିଛି ।


















