Thursday, November 5, 2026
ADVERTISEMENT
Home ଆଞ୍ଚଳିକ ବାହାଘର ମଉଜ, ତଣ୍ଡ ଗଣିଲେ ୫୦ ହଜାର

ବାହାଘର ମଉଜ, ତଣ୍ଡ ଗଣିଲେ ୫୦ ହଜାର

277
ADVERTISEMENT


ବ୍ରହ୍ମପୁର ,୪/୭ (ଡ଼ି.ଏଚ ): ମହଙ୍ଗା ପଡ଼ିଲା ବିବାହ କାର୍ଯ୍ୟରେ କୋଭିଡ୍‌ ନିୟମର ଉଲ୍ଲଙ୍ଘନ। ବ୍ରହ୍ମପୁରରେ ଖୋଲାଖୋଲି କୋଭିଡ୍‌ ନିୟମର ଉଲ୍ଲଙ୍ଘନ କରି ବିବାହ ଶୋଭାଯାତ୍ରା ପାଇଁ ଉଭୟ ପକ୍ଷକୁ ୫୦ ହଜାର ଜୋରିମାନା ଆଦାୟ କରାଯାଇଛି। ଏଥି ସହିତ ଉଭୟ ପକ୍ଷ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଛି।ବ୍ରହ୍ମପୁର ନ୍ୟୁମିଲିଟାରେ ରୋଡ୍‌ର କୃଷ୍ଣଚନ୍ଦ୍ର ସାହୁଙ୍କ ପୁଅ ଦୀପକର ଗତ ୨ ତାରିଖରେ ବାହାଘର ହୋଇଥିଲେ। ଗୋପାଳପୁରରେ ଏକ ପଞ୍ଚ ତାରକା ହୋଟେଲ୍‌ରେ ହୋଇଥିବା ବିବାହ ଆସର। ଏଥିପାଇଁ ଉପଜିଲ୍ଲାପାଳଙ୍କଠାରେ ଆବେଦନ କରାଯାଇଥିଲା। କୋଭିଡ୍‌ ନିର୍ଦ୍ଦେଶ ଅନୁସାରେ ବିବାହ କରିବାକୁ ଆବେଦନରେ କୁହାଯାଇଥିଲା। ହେଲେ ଏଠାରେ କୋଭିଡ୍‌ ନିୟମକୁ ଜଳାଞ୍ଜଳି ଦେଇ ବର ଘର ପକ୍ଷରୁ ପ୍ରୋସେସନ୍‌ କରାଯାଇଥିଲା। ବର ରୋଷଣିରେ ଯିବା ବେଳେ ଡିଜେରେ କମ୍ପିଥିଲା ଅଞ୍ଚଳ। ବିନା ମାକ୍ସରେ ଖୋଲା କାର୍‌ରେ ନାଚୁଥିଲେ। ଆଉ ବରଯାତ୍ରୀମାନେ ନା ମାସ୍କ ପିନ୍ଧିଥିଲେ ନା ସାମାଜିତ ଦୂରତା ବଜାୟ ରଖିଥିଲେ। ସମସ୍ତେ କୋଭିଡ୍‌ ନିୟମକୁ ଉଲ୍ଲଙ୍ଘନ କରି ହାତ ଧରା ଧରି ହୋଇ ନାଚୁଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏହା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ଉଭୟ ପକ୍ଷକୁ ୫୦,୦୦୦ ଟଙ୍କା ଜୋରିମାନା କରିଛି। ଏପରିକି ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି।

Advertisement