ଭୁବନେଶ୍ବର,୪/୭ (ଡ଼ି.ଏଚ ): କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବାରୁ କଟକ ସହରକୁ ଶଟ୍ଡାଉନ୍ ଘୋଷଣା କରାଯାଇଛି। କଟକ ମହାନଗର ନିଗମ (ସିଏମ୍ସି) ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ଆଜିଠାରୁ ୮ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ପୂରା କଟକ ମହାନଗର ନିଗମ ଅଞ୍ଚଳକୁ ଶଟ୍ଡାଉନ୍ ଘୋଷଣା କରାଯାଇଛି। ଦୁଇଦିନିଆ ସପ୍ତାହାନ୍ତ (ଶନିବାର ଓ ରବିବାର) ଶଟ୍ଡାଉନ୍ ପରେ ଏହି ନିର୍ଦ୍ଦେଶ କାର୍ଯ୍ୟକ୍ଷମ ହେବ।


















