Thursday, September 24, 2026
ADVERTISEMENT
Home ଆଞ୍ଚଳିକ ଟ୍ରକ- ବାଇକ୍ ମୁହାମୁହିଁ ଧକ୍କା

ଟ୍ରକ- ବାଇକ୍ ମୁହାମୁହିଁ ଧକ୍କା

ଘଟଣା ସ୍ଥଳରେ ମା ମୃତ୍ୟୁ, ପୁଅ ଗୁରୁତର

229
ADVERTISEMENT

କୋଟଗଡ଼, ୩ ।୭(ନଳିନୀ ମିଶ୍ର) : କନ୍ଧମାଳ ଜିଲ୍ଲାର କୋଟଗଡ଼ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଘଟଣାରୁ ପ୍ରକାଶ ଯେ ମା ଓ ପୁଅ କୋଟଗଡ଼ରୁ ବାଲିଗୁଡ଼ା ଆସୁଥିବା ବେଳେ ଝରିଘାଟ ନିକଟରେ ପୂର୍ବ ପଟୁ ଆସୁଥିବା ଏକ ଅଠର ଚକିଆ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ମା ତୁଳସା ରଣା (୫୫) ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପୁଅ ପିଣ୍ଟୁ ରଣାଙ୍କୁ ଗୁରୁତର ଅବସ୍ଥାରେ କୋଟଗଡ଼ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ କ୍ଷତି ପୂରଣ ଦାବିରେ ଚାପା ଉତେଜନା ହୋଇଛି ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Advertisement