Saturday, September 26, 2026
ADVERTISEMENT
Home ଆଞ୍ଚଳିକ ଜିଲ୍ଲା ପ୍ରଶାସନଙ୍କ ନିୟମ ପାଳନ ପାଇଁ ଡାକବାଜି ଯନ୍ତ୍ରରେ ପ୍ରଚାର କଲେ ତହସିଲଦାର

ଜିଲ୍ଲା ପ୍ରଶାସନଙ୍କ ନିୟମ ପାଳନ ପାଇଁ ଡାକବାଜି ଯନ୍ତ୍ରରେ ପ୍ରଚାର କଲେ ତହସିଲଦାର

347
ADVERTISEMENT

ଖଜୁରୀପଡ଼ା,୩/୭(ଅନନ୍ତ କୁମାର ଦିଗାଲ): କରୋନା ସଂକ୍ରମଣ ର ଭୟାଭୟତା ଏବଂ ମୁକାବିଲା ପାଇଁ ଜିଲ୍ଲା ପ୍ରସାସନଙ୍କ ନିୟମ ପାଳନ କରିବା ପାଇଁ ଆଜି ଖଜୁରୀପଡ଼ା ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଏବଂ ରାଜସ୍ବ ନିରୀକ୍ଷକ ଅମିୟ ଭୂଷଣ ରାମ୍ ପ୍ରମୁଖ ଖଜୁରୀପଡ଼ା ସଦରମହକୁମା ସମେତ ବିଭିନ୍ନ ଅଂଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଜିଲ୍ଲାରେ ଲାଗୁ ହୋଇଥିବା ଶନିବାର ଓ ରବିବାର ଦିନର ସର୍ଟଡାଉନ ନିୟମ ସହ ହାଟ ବଜାର ବ୍ୟବସାୟ କିଭଳି କରିବେ ସେନେଇ ସୁଚନା ପ୍ରଦାନ କରିଛନ୍ତି। ଜରୁରୀକାଳୀନ ସେବାକୁ ବାଦ ଦେଇ ସର୍ଟଡାଉନ ନିୟମ ଘୋଷଣା ପରେ ସାମାଜିକ ଦୂରତା ମାସ୍କ ବ୍ଯବହାର ରାସ୍ତାଘାଟରେ ଛେପ ନ ପକାଇବା ପାଇଁ ପରାମର୍ଶ ଦେବାସହ ଏହାକୁ ଜୁଲାଇ ମାସ ଲାଗୁ ରହିଥିବା ଜଣାପଡ଼ିଛି। ଏହାର ଉଲଂଘନ ହେଲେ କାର୍ଯନୁଷ୍ଠାନ ଗ୍ରହଣ କରାଯିବା ନେଇ ଘୋଷଣା କରାଯାଇଛି।

Advertisement