ପାଟପୁର ,୨/୭(ସପନ ଦାସ): କରୋନା(କୋଭିଡ-୧୯)ରୁ ରକ୍ଷା ପାଇଁ ମାସ୍କ ପିନ୍ଧିବାକୁ ପ୍ରାଥମିକତା ଦିଆଯାଉଛି ଏବଂ ବାରମ୍ବାର ଲୋକଙ୍କୁ ସଚେତନ କରାଯିବା ପରେ ମଧ୍ୟ କିଛି ଅମାନିଆ ଏହାକୁ ମାନୁ ନାହାନ୍ତି। ଏହି କ୍ରମରେ ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରେ କିଛି ଅମାନିଆ ଘରୁ ବାହାରୁଥିବା ବେଳେ ମାସ୍କ ନ ପିନ୍ଧୁଥିବା ଦେଖିବାକୁ ମିଳୁଛି। ଏ ନେଇ ଗୁରୁବାର ପାଟପୁର ପୋଲିସ ମାସ୍କ ନ ପିନ୍ଧି ଘରୁ ବାହାରକୁ ବାହାରିଥିବା ୮ଜଣଙ୍କ ଠାରୁ ୪000 ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ପାଟପୁର ଥାନା ଏସଆଇ ଶୁଭ୍ରଜିତ ସାମନ୍ତରାୟ, ଏଏସଆଇ ଅର୍ଜୁନ ଶବର, ହାବିଲଦାର ପାଣ ନାଟୁଆ, ରାଜେଶ ମଣ୍ଡଳ ପ୍ରମୁଖ ଜରିମାନା ଆଦାୟ କରିବା ସହ ବିଭିନ୍ନ ଦୋକାନରେ ସାମାଜିକ ଦୂରତା କିପରି ରକ୍ଷା କରାଯାଇପାରିବ ସେ ନେଇ ଲୋକଙ୍କୁ ସଚେତନ କରାଇଥିଲେ।

















