କୁକୁଡାଖଣ୍ଡି,୨/୭(ଇ.ରଞ୍ଜନ):ଆକୁଂଶପୁର ସଦର ଥାନାରୁ ଜଣେ ଏସଆଇ , ୭ଜଣ ହୋମଗାଡ ପଜିଟିଭ ବାହାରିବା ପରେ ସତର୍କ ହୋଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳ ବୁଧବାର ସଦର ଥାନା ସହ ଆକୁଂଶପୁର ମାକେଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଲଜୋନ ଭାବେ ଘୋଷଣା କରିଛନ୍ତି । ମସିହାଖାଲି,ରଘୁନାଥପୁର,ରାଇଝୋଳ,ଆକୁଂଶପୁରକୁ ବଫର ଜୋନ ଘୋଷଣା କରାଯାଇଛି।ପୂର୍ବରୁ ସଦରଥାନାକୁ ସାଧାରଣ ଲୋକଙ୍କ ପ୍ରବେଶକୁ ବାରଣ କରାଯିବା ସହ ବ୍ୟାରିକେଟ କରାଯାଇଥିଲା। ବର୍ତ୍ତମାନ ଆକୁଂଶପୁର ଅଞ୍ଚଳକୁ ବ୍ୟାରିକେଟ କରାଯିବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଶାସନ ପକ୍ଷରୁ ଯୋଗାଇଦିଆଯିବ ବୋଲି ତହସିଲଦାର ଇପସିତା ପ୍ରିୟଦଶନୀ ମିଶ୍ର ସୂଚନା ଦେଇଛନ୍ତି ।

















