ଫୁଲବାଣୀ,୨/୭(ଆଦିତ୍ୟ ପାଢ଼ୀ): ଆଜି ଏକ ଦିନିଆ କନ୍ଧମାଳ ଗ୍ରସ୍ତ କରି ଫେରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଅଭୟ l କନ୍ଧମାଳ ଜିଲ୍ଲା ଗୋଛlପଡ଼l ଥାନା ଅନ୍ତର୍ଗତ ବାଳନ୍ଦା ପଡା ଠରେ ଥିବା ସିଆରପିଏଫ କ୍ୟାମ୍ପ ବୁଲି ଦେଖିବା ସହ ସେଠାରେ ଥିବା ବାମପନ୍ଥୀ ଉଗ୍ରବାଦୀଙ୍କ କାର୍ଯ୍ୟ କଳାପ ଉପରେ ସମୀକ୍ଷା କରିଥିଲେ l ଫୁଲବାଣୀ ରିଜର୍ଭ ପୋଲିସ ପଡ଼ିଆ ଠାରେ ହେଲିକପ୍ଟର ଯୋଗେ ପହଞ୍ଚିବା ପରେ ଫୁଲବାଣୀ ଆଦର୍ଶ ଥାନାରେ ପହଞ୍ଚି ବୁଲି ଦେଖିବା ସହ ଏଏସ ପି ଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିଥିଲେ l ଏହି ବୈଠକରେ କନ୍ଧମାଳ ଜିଲ୍ଲାପାଳ ଡଃ. ବୁନ୍ଦା ଡ଼ି ସହ ଏସପି ପ୍ରତୀକ ଗୀତା ସିଂ ଓ ଆଇଜି. ପ୍ରବିଣ କୁମାର, ଦାକ୍ଷିଣାଞ୍ଚଳ ଡି. ଆଇ. ଜୀ ସତ୍ୟବ୍ରତ ଭୋଇ ମଧ୍ୟ ଯୋଗ ଦେଇଥିଲେ l ଏହି ବୈଠକ ମୁଖ୍ୟତଃ ମାଓବାଦୀଙ୍କ କାର୍ଯ୍ୟ କଳାପ ଓ ଜିଲ୍ଲାରେ ଆଇନ୍ ସମ୍ପର୍କ ସହ ଗଞ୍ଜେଇ ଚାଲାଣ ଓ କୋଭିଡ଼ _୧୯ ର ବିଷୟରେ ଆଲୋଚନା ହୋଇଥିଲା l କନ୍ଧମାଳ ଏସପି ଏହି କାର୍ଯ୍ୟକୁ ବହୁ ଭଲ ଭାବରେ କରିଛନ୍ତି ବୋଲି ପୁଲିସ ମହାନିର୍ଦେଶକ କହିଥିଲେ।ଜିଲ୍ଲାର ଅପରାଧିକ କାର୍ଯ୍ୟକଳାପ ଉପରେ ମଧ୍ୟ ଆଲୋଚନା ହୋଇଥିଲା ଭଲ କାମ କରୁଥିବା ପୁଲିସ କର୍ମଚାରିଙ୍କ ମନୋବଳ ମଧ୍ୟ ବଢାଇଥିଲେ ପୋଲିସ ମହା ନିର୍ଦ୍ଦେଶକ ଅଭୟ।

















