ସାନଖେମୁଣ୍ଡି,୨/୭(ସପନ ଦାଶ) : ସାନଖେମୁଣ୍ଡି ବ୍ଲକ ଛଣମେରି ପଞ୍ଚାୟତ ଅନ୍ତର୍ଗତ ଧରମପୁର ଗ୍ରାମ ସୁରଥ ପୋଖରୀରେ ବୁଡ଼ି ବୁଧବାର ଅପରାହ୍ନ ପ୍ରାୟ ୩ଟା ରେ ଜଣେ ଛଅ ବର୍ଷର ଶିଶୁର ମୃତ୍ୟୁ ହୋଇଛି l ଦିଗପହଣ୍ଡି ଥାନା ଶୁଣ୍ଡିପଲ୍ଲୀ ଗ୍ରାମର ଆର.ଓମ ଦୋରା(୬) ନିଜ ମାମୁ ର ବାହାଘର ଥିବା ହେତୁ ଗତ କିଛି ଦିନ ହେଲା ମାମୁ ଘର ଗାଁ ଧରମପୁର ଗ୍ରାମକୁ ଯାଇଥିଲେ l ମାମୁ ର ବାହାଘର ମଙ୍ଗଳବାର ସରିଥିଲା l ଆଜି ଓମ ମାମୁ ଘର ନିକଟସ୍ଥ ସୁରଥ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ଅସାବଧାନତା କାରଣରୁ ପୋଖରୀ ଭିତରକୁ ଚାଲିଯାଇଥିଲେ l ପୋଖରୀ ନିକଟରେ ଥିବା ଲୋକମାନେ ମାନେ ଓମକୁ ଉଦ୍ଧାର କରି ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ l ପାଟପୁର ପୋଲିସ ପହଞ୍ଚି ମୃତ ଦେହ ଜବତ କରି ଏକ ଅପମୃତ ମାମଲା ନଂ ୧୫୨୦ ରୁଜୁ କରି ଶବ ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି l

















