Saturday, November 7, 2026
ADVERTISEMENT
Home ଆଞ୍ଚଳିକ ବୁହା ଚାଲିଛି ଶବ : ଗାଁ ମଶାଣିରୁ ଲିଭୁନି ଚିତାନଳ

ବୁହା ଚାଲିଛି ଶବ : ଗାଁ ମଶାଣିରୁ ଲିଭୁନି ଚିତାନଳ

455
ADVERTISEMENT

ସାନଖେମୁଣ୍ଡି,୨/୭(ସପନ ଦାସ ): କରୋନା ସଂକ୍ରମଣର ଭୟଙ୍କର ପ୍ରଭାବ ସାନଖେମୁଣ୍ଡି ଅଞ୍ଚଳରେ ଦେଖାଦେଇଛି ! ବନ୍ୟା ବାତ୍ୟା ମହାବାତ୍ୟା ଧୋଇ ମରୁଡି ଫାଇଲିନ ହୁଡହୁଡ ଫନି ତିତଲି ଭଳି ବହୁ ପ୍ରାକୃତିକ ବିପର୍ଯୟରେ ଅସୀମ ଧୈର୍ଯ୍ୟର ସହ ସାମନା କରିଥିବା ସାନଖେମୁଣ୍ଡିର ସାହସୀ ମଣିଷ ଏବେ ବଳ ବୁଦ୍ଧିହୀନ ଉପାୟଶୂନ୍ୟ ଅବସ୍ଥାରେ ମରଣ ମୁହଁରେ ପଡିଛନ୍ତି !
ଖରସ୍ରୋତା ଘୋଡ଼ାହାଡ଼ ନଦୀର ଘର୍ଘର ପ୍ରଖର ସ୍ରୋତକୁ ଖାତିର ନକରି ଏ କୁଳରୁ ସେ କୁଳକୁ ଅତିକ୍ରମ କରୁଥିବା ମଣିଷ ଏବେ ଶକ୍ତିହୀନ !ଗୋଟିଏ ନିଶ୍ୱାସରେ ସିଂହରାଜ ରତନେଇ ପାହାଡ଼ ଚଢ଼ୁଥିବା ମଣିଷ ଜୀବନ ଏବେ ବିପଦ ବଳୟରେ ! ଶକ୍ତିଶାଳୀ ମଣିଷ ଏବେ ଡାକ୍ତର ଔଷଧର ଚିତ୍କାରରେ ଲୋଟିପଡୁଛି ! ଅକାଳରେ ଝଡିପଡୁଛି !
ସାନଖେମୁଣ୍ଡିର ଅତୀତରୁ ଅଦ୍ୟାବଧି ଏକ ବଳିଷ୍ଠ ଲଢୁଆ ଅଞ୍ଚଳର ମାନ୍ୟତା ପାଇଥିବା କଙ୍କୋରଡା କଉଡିଆ ଆଡ଼ପଡା ଖଲିଙ୍ଗି ବାଲିଆ ଲେଙ୍କାଖାଲି ଡେଙ୍ଗାଡ଼ି ଆମ୍ବଗାଁ ପ୍ରଭୃତି ଅଞ୍ଚଳ ଏବେ ମହବ୍ୟାଧି କବଳରେ ! ଦୁର୍ଦ୍ଧଷ ଶତୃକୁ କ୍ଷଣିକରେ ପରାଜିତ କରୁଥିବା ଅଞ୍ଚଳବାସୀ ଏବେ ମୃତ୍ୟୁପଥର ଯାତ୍ରୀ ! ଏହି ଗାଁ ମାନଙ୍କରୁ ସ୍ମଶାନକୁ ପ୍ରତ୍ୟେକଦିନ ବୁହାଚାଲୁଛି ଶବ କିଏ ଜ୍ୱର ମୁଣ୍ଡକୁ ଚଢିବା କହୁଛି ତ କାହାର ଉଚ୍ଚ ରକ୍ତଚାପ କାହାର ଝାଡ଼ା ବାନ୍ତି ତ କାହାର କେଉଁ ରୋଗ ! ଅର୍ଥାଭାବ ଚକାଜାମ ଖାଦ୍ୟ ସଙ୍କଟ ମେଡିକାଲ ବନ୍ଦ ଔଷଧ ଦୋକାନରେ ତାଲା ଏଭଳି ପ୍ରଶାସନକୃତ ସ୍ୱାସ୍ଥ୍ୟ ସଙ୍କଟର ଶିକାର ହୋଇଛନ୍ତି ଆଜି ସାନଖେମୁଣ୍ଡି ଅଞ୍ଚଳବାସୀ ! ତାହାର ପରିଣାମ ସ୍ୱରୂପ ସାନଖେମୁଣ୍ଡିର ଗାଁ ମଶାଣିରୁ ନିଆଁ ଲିଭୁନି ! ସାନଖେମୁଣ୍ଡିରେ କଙ୍କୋରଡାର ଚାହା ଦୋକାନୀଙ୍କ ଠାରୁ ପଜିଟିଭ ଚି଼ହ୍ନଟ ହେଲାପରେ ଆଡ଼ପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତ,ଫାର୍ମାସିଷ୍ଟ,କର୍ମଚାରୀ,ଏ ଏନ ଏମ ଙ୍କୁ ସଂକ୍ରମଣ ପରେ ସାନଖେମୁଣ୍ଡି ର ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ ବିଗିଡି ଯାଇଛି ! ଲୋକଙ୍କ ନାଡୀ ଚିପିବାକୁ, ପାରଦ ପାଟିରେ ଦେବାକୁ, ଛାତିରେ ଟ୍ୱେସ୍କୋଥପ ପକାଇବାକୁ କେହି ନାହିଁ ! ରକ୍ତ ମଳ ମୂତ୍ର ପରୀକ୍ଷା କଥା ବାହୁଲ୍ୟ ମାତ୍ର ! ସାନଖେମୁଣ୍ଡିରେ ଏବେ ଖରିଫ ଧାନଫସଲର ଆଦ୍ୟ ପର୍ବ ! ଋତୁ ପରିବର୍ତ୍ତନ ଜନିତ ବାହିତ ରୋଗ ପ୍ରତିବର୍ଷ ଏହି ସମୟରେ ସଂକ୍ରମଣ ହୋଇଥାଏ ସାଧାରଣତ ଜ୍ୱର ଥଣ୍ଡା କାଶ ଏହି ସମୟରେ ଦେଖାଯାଇଥାଏ ! କରୋନା ସମୟରେ ସବୁ ଅଚଳ ସତ୍ୱେ ଭାଇରାଲ ଫିବର ବି ଦେଖାଦେଇଛି !କିନ୍ତୁ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ ଅଚଳ ହୋଇଯାଇଛି ! ଫଳ ସ୍ୱରୂପ ଗତ ୧୦ଦିନରେ ଖଲିଙ୍ଗିର ୪ଜଣ ମାରିଥିବା ବେଳେ କଙ୍କୋରଡା କଉଡିଆ ଲେଙ୍କାଖାଲି ବାଲିଆ ଆଡ଼ପଡା ଆମ୍ବଗାଁ ସାହସପୁର ପାଟପୁର ସମେତ ଅଧିକାଂଶ ଗ୍ରାମରୁ ପ୍ରତ୍ୟେକ ଦିନ ଜଣେ ଦୁଇଜଣ ସାମାନ୍ୟ ରୋଗରେ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରୁଛନ୍ତି ! କୋଭିଡଆକ୍ରାନ୍ତ ମୃତକଙ୍କ ଶବ ଗାଁକୁ ଆସୁନଥିବାରୁ କେତେକ ଗାଁ ରେ ସମ୍ପର୍କୀୟ ମାନେ ପାଳ ନଡ଼ାରେ ଶବ କରି ସ୍ମଶାନଘାଟକୁ ବୋହି ନେଉଛନ୍ତି ! ଅନେକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦୟନୀୟ ସହ ସଙ୍କଟରେ ! ରାଜ୍ୟ ସରକାର ଜିଲ୍ଲାପ୍ରଶାସନ ଡାକ୍ତରୀଦଳ ନପଠାଇଲେ ପରିସ୍ଥିତି ଅଣାୟତ ହେବା ନିଶ୍ଚିତ !କରୋନା ଆକ୍ରାନ୍ତ ପୂର୍ବରୁ ଏସବୁ ଅଞ୍ଚଳରେ ଅପହଞ୍ଚ ସ୍ୱାସ୍ଥ୍ୟ ସେବା ହିଁ ଲୋକଙ୍କୁ ମାରିବ ! ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାଥମିକ ସ୍ଵାସ୍ତ୍ୟକେନ୍ଦ୍ର ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗୁଡିକରେ ଡାକ୍ତର କର୍ମଚାରୀ ନିୟୋଜିତ କରି ସ୍ୱାସ୍ଥ୍ୟ ସେବା ଯୋଗାଇଲେ ବହୁମାତ୍ରାରେ ଜୀବନ ଝଡ଼ିବା ପୂର୍ଵରୁ ବଞ୍ଚିଯିବ ! ରାସନ ପରିବା ଔଷଧ ଦୋକାନରେ ଭିଡ଼ ଜମିବ ହିଁ ଜମିବ ତେବେ ସବୁ ଦୋଷ ଲୋକଙ୍କ ମୁଣ୍ଡ ଉପରେ ଥୋଇ ପ୍ରଶାସନ ନୀରବ ନିର୍ବିକାର ହେଲେ ଆଉ ଚଳିବନି, ସାମାଜିକ ଶୃଙ୍ଖଳରେ ବନ୍ଧା ମଣିଷ ସମାଜକୁ ସାମାଜିକ ଦୂରତ୍ୱ ରେ ବାନ୍ଧି ରଖିବା ସହଜସାଧ୍ୟ ନୁହଁ ! ପରସ୍ପର ନିର୍ଭରଶିଳ ସାମାଜିକ ପ୍ରାଣୀ କୁ ଶାରୀରିକ ଦୂରତ୍ୱର ସହ ଲଢ଼ିବାକୁ ହେବ ! ଏଥିପାଇଁ ବଞ୍ଚିବାକୁ ଖାଦ୍ୟ ଔଷଧ ବିତରଣ, କ୍ରୟ ପାଇଁ ଓ ଚିକିତ୍ସା ସେବା ପ୍ରଦାନରେ ସମୟୋଚିତ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରି ସମୂହ ସଚେତନ ସହଯୋଗ ଓ ସହଭାଗିତାରେ ସରକାର ଓ ପ୍ରଶାସନ ଆଗକୁ ବଢିଲେ ସଙ୍କଟ ଦୂର ହେବ !
ରିପୋର୍ଟ:ସପନ ଦାସ

Advertisement