Saturday, September 26, 2026
ADVERTISEMENT
Home ଆଞ୍ଚଳିକ ଶାନ୍ତିଶୃଙ୍ଖଳାର ସହ ସମାପନ ହେଲା ବାହୁଡା଼ ଯାତ୍ରା

ଶାନ୍ତିଶୃଙ୍ଖଳାର ସହ ସମାପନ ହେଲା ବାହୁଡା଼ ଯାତ୍ରା

374
ADVERTISEMENT

କନ୍ଧମାଳ,୦୧/୭(ସୁରେଶ କୁମାର ପଣ୍ଡା):କନ୍ଧମାଳ ବାଲିଗୁଡ଼ା ଜଗନ୍ନାଥ ମନ୍ଦିର ପରିସରରେ ବାହୁଡ଼ା ଯାତ୍ରା କୋଭିଡ ନିୟମ ଅନୁଯାୟୀ ହୋଇଛି। କେବଳ ବାହୁଡ଼ାର ରୀତିନୀତି ପାଇଁ କିଛି ସେବାୟତ ଉପସ୍ଥିତିରେ ସାମାଜିକ ଦୂରତା ଓ ମାସ୍କ୍ ପରିଧାନ କରି ମନ୍ଦିର ପରିସର ରେ ନିର୍ମାଣ କରାଯାଇ ଥିବା ଅସ୍ଥାୟୀ ଆଡ଼ପ ମଣ୍ଡପ ରୁ ଅଣାଯାଇ ଆଉ ଏକ ଅସ୍ଥାୟୀ ସ୍ଥାନରେ ରଖାଯାଇ ଥିଲା। ମନ୍ଦିର ବେଢ଼ାରେ ମନ୍ଦିର ଟ୍ରଷ୍ଟି ମଧୁସୂଦନ ଦାସ ସମସ୍ତ କାର୍ୟ୍ୟକ୍ରମ କରିଥିବା ବେଳେ ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ପହଞ୍ଚି ଛେରା ପଂହରା କରିଥିଲେ। ପାଟଖଣ୍ଡା ମନ୍ଦିର ପକ୍ଷ ରୁ ତିନୋଟି ଛେନା ପୋଡ଼ ଓ ଫଳ ମୂଳ ଭୋଗ ଦିଆ ଯାଇଥିଲା। ଏହି କାର୍ୟ୍ୟକ୍ରମ ରେ , ବାଲିଗୁଡ଼ା ଏନଏଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ସହକାରୀ ଜିଲ୍ଲାପାଳ ହଳଧର ନାୟକ, ହରିଶ୍ଚନ୍ଦ୍ର ପ୍ରଧାନ, ମଦନ ମୋହନ ଦୋରା, ରଞ୍ଜିତ ମହାନ୍ତି,ଶ୍ରୀନିବାସ ରାଓ, ଶିଟୁ ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।

Advertisement