Sunday, September 27, 2026
ADVERTISEMENT
Home ଆଞ୍ଚଳିକ ଲଟକିଛି ବିଜୁ କନ୍ଧମାଳ ଓ ଗଜପତି ଯୋଜନା ରାସ୍ତା, ଜନସାଧାରଣ ହନ୍ତସନ୍ତ

ଲଟକିଛି ବିଜୁ କନ୍ଧମାଳ ଓ ଗଜପତି ଯୋଜନା ରାସ୍ତା, ଜନସାଧାରଣ ହନ୍ତସନ୍ତ

730
ADVERTISEMENT


ଖଜୁରୀପଡ଼ା, ୧।୭:(ଅନନ୍ତ କୁମାର ଦିଗାଲ): ଖଜୁରୀପଡ଼ା ସଦରମହକୁମା ଠାରେ ଦେଖିବାକୁ ମିଳିଛି । ଖୋଦ୍ ରାଜ୍ୟ ସରକାର ଙ୍କ ବିଜୁ କନ୍ଧମାଳ ଓ ଗଜପତି ଯୋଜନା ରାସ୍ତା ରେ ଅବହେଳା୨୦୧୪/୧୫ ଆର୍ଥିକ ବର୍ଷ ରୁ ୧୦ ଲକ୍ଷ ଟଙ୍କା ରେ ପିଡବ୍ଲୁଡି ରାସ୍ତା ରୁ ମେଡିକାଲ ଛକ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ହୋଇଥିବା ବେଳେ ଛ ଅବର୍ଷ ପରେ ମଧ୍ୟ ରାସ୍ତା ନିର୍ମାଣ ହୋଇପାରି ନଥିବା ଦେଖିବାକୁ ମିଳିଛି। ଏପଟେ ରାସ୍ତା ନିର୍ମାଣ ପାଇଁ ସୁଚନା ଫଳକ ନିର୍ମାଣ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କାହା ଅବହେଳା ରୁ ଏହି ପ୍ରମୁଖ ରାସ୍ତା ନିର୍ମାଣ ବନ୍ଦ ରହିଛି । ତାହା ମଧ୍ୟ ତଦନ୍ତ ସାପେକ୍ଷ ହୋଇ ପଡ଼ିଛି। ଉକ୍ତ ରାସ୍ତା ର ସ୍ଥିତି ଅତି ଦୟନୀୟ ହୋଇଥିବା ବେଳେ ଏହି ରାସ୍ତା ରେ ବହୁ ସରକାରୀ ଅଧିକାରୀ ଙ୍କ ସହ ଜନସାଧାରଣ ଏବଂ ବିଶେଷ କରି ରୋଗୀମାନଙ୍କ ମେଡିକାଲ କୁ ଯାତାୟତ ପାଇଁ ସ୍ୱଳ୍ପ ଦୂରତାର ରାସ୍ତା ଏବଂ ଶିଶୁମନ୍ଦିରର ସହ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ପାଇଁ ସହଜ ହେଉଥିବା ବେଳେ ଏଯାଏଁ କିନ୍ତୁ ରାସ୍ତା ନିର୍ମାଣ ରେ ବ୍ଲକ ପ୍ରସାସନ କିମ୍ବା ଟେଣ୍ଡର ପାଇଥିବା ଠିକାଦାର କାହାର ଏଥିପ୍ରତି ଦ୍ରୁଷ୍ଟି ପଡ଼ୁନାହିଁ।ବିଶେଷ ସୁତ୍ର ରୁ ଜଣାପଡ଼ିଛି ଯେ ଟେଣ୍ଡର ପାଇଥିବା ଠିକାଦାର ନିଜକୁ ସୁହାଇଲା ଭଳି କେବଳ ରାସ୍ତା ପାର୍ଶ୍ୱ ରେ ଡ୍ରେନେଜ ବ୍ୟବସ୍ଥା କରିବା ପରେ ଚୁପ୍ ବସିଯିବା ଫଳରେ ଏହି ପ୍ରମୁଖ ରାସ୍ତା ଆଜି ଅବହେଳିତ ହୋଇ ପଡ଼ିଛି। ତେଣୁ ଚୁକ୍ତି ମୂଲ୍ୟ ରେ କେବଳ ଡ୍ରେନେଜ ବ୍ୟବସ୍ଥା କରିବା ପରେ ସମୁଦାୟ ଟଙ୍କା ରୁ କେତେ ଟଙ୍କା ବିଲ୍ ହୋଇଛି ଏବଂ ରାସ୍ତା ନିର୍ମାଣ ବନ୍ଦ ପାଇଁ କେଉଁମାନେ ଉତ୍ତରଦାୟୀ ତଥା ଚୁକ୍ତି ଖିଲାପ କାରୀଙ୍କ ବିରୋଧରେ କଣ ସରକାରୀ କାର୍ୟନୁଷ୍ଠାନ ଗ୍ରହଣ ହୋଇଛି ନା ନାହିଁ ତାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ହୁଏତ ଉକ୍ତ ରାସ୍ତା ନିର୍ମାଣ ହୋଇ ଜନସାଧାରଣଙ୍କ ହିତରେ ଲାଗି ପାରନ୍ତା ବୋଲି ସ୍ଥାନୀୟ ଅଞ୍ଚଳର ଜନସାଧାରଣ ପ୍ରସାସନ ଙ୍କୁ ନିବେଦନ କରିଛନ୍ତି।

Advertisement