Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ଟିକସ କମାଅ, ତୈଳ ଦର କମାଅ ଦାବି ନେଇ ବିକ୍ଷୋଭ

ଟିକସ କମାଅ, ତୈଳ ଦର କମାଅ ଦାବି ନେଇ ବିକ୍ଷୋଭ

288
ADVERTISEMENT


ରାୟଗଡ଼ା, ୧।୭:(ଡି .ଏଚ ) : ଦରା କଣ୍ଡାଗରୀ-ଜିଲ୍ଲା ରାୟଗଡ଼ା ଭରତ ଗଣତାନ୍ତ୍ରିକ ଯୁବ ଫେଡରସନ୍ ଓ ଭାରତ ଗଣତାନ୍ତ୍ରିକ ଛାତ୍ର ଫେଡରସନ୍ ତରଫରୁ କପିଳାସ ଚକ ରେ ଜିଲ୍ଲା କାର୍ଯ୍ୟଳୟ ସମ୍ମୁଖରେ ରାୟଗଡ଼ା ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଗଲା ୨୦୧୪,ନରେନ୍ଦ୍ର ମୋଦୀ ପ୍ରଥମ ପାଳି ସରକାର ଗଠନ ବେଳେ ଆନ୍ତର୍ଜାତିୟ ବଜାରରେ ଅଶୋଧିତ ତୈଳ ଗୋଟିଏ ବ୍ୟାରେଲ ର ବିକ୍ରି ଦର ଥିଲା ପ୍ରାୟ ୧୧୦ ଡଲାର। ଏବେ ତାହା ୪୨ ଡଲାର ରୁ କମ। ତେବେ ୨୦୧୪ ତୁଳନା ରେ ୨୦୨୦ ରେ ଡିଜେଲ ଓ ପେଟ୍ରୋଲ ଦର କମିବା ପରିବର୍ତ୍ତେ ବୃଦ୍ଧି ର କାରଣ କଣ ? କାରଣ ଟି ସ୍ପଷ୍ଟ। କେନ୍ଦ୍ର ସରକାର ଚାହାଁନ୍ତିନି ଆନ୍ତର୍ଜାତିୟ ବଜାରରେ ଦର କମିବା ଫାଇଦା ସାଧାରଣ ଲୋକେ ପାଆନ୍ତୁ। ତେଣୁ, ଅବକାରୀ ଶୁଳ୍କ ଥରକୁ ଥର ବୃଦ୍ଧି କରି କେନ୍ଦ୍ର ତହବିଲ ଭରିବା ଓ ତୈଳ ବିତରଣ କାରି କମ୍ପାନୀ ମାନଙ୍କ ମୁନାଫା ନିଶ୍ଚିତ କରିବା ହେଉଛି ବିଜେପି ଓ ତାଙ୍କ ସରକାର ଙ୍କ ନୀତି । ଟିକସ କମାଅ, ତୈଳ ଦର କମାଅ ଦାବି ନେଇ ଡିୱାଇଏଫଆଇ ଓ ଏସ ଏଫଆଇ ତରଫରୁ ରାୟଗଡ଼ା ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Advertisement