କନ୍ଧମାଳ ,୩୦/୬(ସୁରେଶ ପଣ୍ଡା): ଆଜି ବନ୍ଧଗଡରେ ଫ୍ରେଣ୍ଡସ କ୍ଲବ୍ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା,ଏହି କ୍ଲବ୍ ରେ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଯେଉଁ ଠାରେ ୧୧ ଜଣ ଝିଅ ରକ୍ତ ଦାନ କରିଥିଲେ।ଏହି ଶିବିରକୁ ସିମାଞ୍ଚଳ ମୁଖୀ ଙ୍କ ନେତୃତ୍ବରେ ସର୍ଵେସ୍ବର ସାହୁ,ଅଭୟ କୁମାର ବାରିକ,ସରତ କୁମାର ମୁଖି, ପ୍ରଦୀପ କୁମାର ସାହୁ,ଉମା ଚରଣ ପାଣିଗ୍ରାହୀ,ଶୈଳଜ ନାୟକ, ସୁବାସ ମଲ୍ଲିକ,ତପନ କୁମାର ପୃଷ୍ଟି,ଅଜୟ ରାଉତରାୟ,ନୀଳମଣି ସାହୁ ଶିବିର କୁ ପରିଚାଳନା କରିଥିଲେ।ଏହି ଶିବିରକୁ ଫିରିଙ୍ଗିଆ ବିଡ଼ିଓ ଶ୍ରୀଯୁକ୍ତ ରଶ୍ମୀ ରଞ୍ଜନ ମହନ୍ତ ଓ ବ୍ଲକ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲାଲ୍ ନନ୍ଦା ପ୍ରଧାନ ଆନୁଷ୍ଠାନିକ ଉଦଘାଟନ କରିଥିଲେ।ଏହି ଶିବିରରେ ଡ଼ାଃ ଜୟଦୀପ୍ ଘୋଷଙ୍କ ନେତୃତ୍ୱରେ ଟେକ୍ନିସିଆନ ସୁଜିତ କୁମାର ସାହୁ, ଦୀନକୃଷ୍ଣ ମହନ୍ତ, ତୁଷାର କାନ୍ତ ପ୍ରଧାନ, ବରୁଣ ବେହେରା ରକ୍ତ ସଂଗ୍ରହ କରିଥିଲେ।ମୋଟିଭେଟର ସୁକାନ୍ତ କୁମାର ବେହେରା ରକ୍ତଦାନ ସମ୍ବନ୍ଧୀୟ ଲାଭ ବିଷୟରେ ରକ୍ତଦାତାଙ୍କୁ ବୁଝାଇ ରକ୍ତ ଦେବାକୁ ଉତ୍ସାହିତ କରିଥିଲେ।ଏହି ଶିବିରରେ ଫ୍ରେଣ୍ଡସ କ୍ଲବ୍ ର ରକ୍ତ ଦାତାମାନେ ପ୍ରଥମ ଥର ରକ୍ତଦାନ କରି ବହୁତ ଖୁସି ବ୍ୟକ୍ତ କରିଥିଲେ।













