କୋଦଳା ,୩୦/୬(ସୂର୍ଯ୍ୟନାରାୟଣ ବଡ଼ୁ): ଏପଟେ କରୋନା ମହାମାରୀ ର ଭୟାବହତା କୁ ଆଖିଆଗରେ ରଖି ଜିଲ୍ଳା ପ୍ରଶାସନ ଲକଡାଉନ , ଶଟଡାଉନ କରି ଲୋକଙ୍କୁ ସଚେତନ ତା କରି ବିବାହ , ବ୍ରତ ଏବଂ ସାମାଜିକ କାର୍ୟକ୍ରମ କୁ ସମ୍ପୂର୍ଣ ବନ୍ଦ କରୁଥିବା ବେଳେ ଅନ୍ୟପଟେ ପ୍ରଶାସନ କୁ ଖାତିର ନ କରି ନାବାଳିକା କନ୍ୟାର ବିବାହ ଭଳି କାର୍ୟ୍ୟ ଆୟୋଜନ କରୁଥିବା ଏବଂ ସିଏମପୀଓ ହାତରେ ଧରାପଡ଼ି କାର୍ଯ୍ୟକ୍ରମ ବନ୍ଦହୋଇଥିବା ଚର୍ଚ୍ଚା ଦେଖିବାକୁ ମିଳିଛି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତ ତିରିଡା ଗ୍ରାମ ରେ । ପ୍ରାପ୍ତ ସୂଚନା ଅନୁଯାଇ ରବିବାର ସନ୍ଧ୍ୟାରେ ବେଗୁନିଆପଡା ଡାକ ସ୍ବାଇଁଙ୍କ ନାବାଳିକା କନ୍ୟା ପୂଜା ସ୍ବାଇଁ ର ବିବାହପ୍ରସ୍ତୁତି ପର୍ବ ଆୟୋଜନ ହେଉଥିବାର କୌଣଷି ସୂତ୍ର ରୁ ଖବରଜାଣି ବ୍ରହ୍ମପୁର ଚାଇଲ୍ଡଲାଇନ ବେଗୁନିଆପଡା ବାଲ୍ୟ ବିବାହ ନିଷେଧ ଅଧିକାରୀ ତଥା ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ୟାଳୟ କୁ ଏହାକୁ ଅଟକାଇବା ନେଇ ଦେଇଥିଲେ ।କିନ୍ତୁ ସେତେବେଳେ କୁ ନାବାଳିକା କନ୍ୟା ବିବାହ ନିମନ୍ତେ ପ୍ରାୟୋଜିତ ଶ୍ୱଶୁର ଘର ତିରିଡା ଗ୍ରାମ ର ସନ୍ୟାସୀ ପୋଲାଈ ଙ୍କ ପୁତ୍ର କାହ୍ନୁ ପୋଲାଈ ଙ୍କ ଘରେ ପହଞ୍ଚି ସାରିଥିଲା । କିଛି ସମୟ ମଧ୍ୟ ରେ ବିବାହ କାର୍ୟ୍ୟ ସମାପନ ହୋଇଥାନ୍ତା ।କିନ୍ତୁ ବାଲ୍ୟ ବିବାହ ନିଷେଧ ଅଧିକାରୀ ତଥା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ନିଜର ସହଭାଗୀ ସେଣ୍ଟେର ସୁପର ଭାଈଜର ,ପୋଲିସ ଫାଣ୍ଡି କର୍ମକର୍ତ୍ତା , ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ଗ୍ରାମ ର କିଛି ଭଦ୍ରବ୍ୟକ୍ତିଙ୍କୁ ଧରି କାହ୍ନୁ ପୋଲାଈ ଘରେ ପହଞ୍ଚି ଏହା ଅପରାଧ ବୋଲି କହିଥିଲେ । ଏହାକୁ ହ୍ରୁଦୟଙ୍ଗମ କରି କାହ୍ନୁ ଭଦ୍ର ବ୍ୟକ୍ତି ଏବଂ କନ୍ୟାପିତା ଙ୍କ ସମ୍ମୁଖ ରେ ପୂଜା ସାବାଳିକା ହେବା ପର୍ୟନ୍ତ ନିଜ ବାପଘରେ ରହିବେ ସାବାଳିକା ହେବାପରେ କୋର୍ଟ ରେ ବିବାହ କରିବେ ବୋଲି ସମ୍ମତି ପ୍ରକାଶ କରି ସର୍ବସମ୍ମୁଖରେ ରେ ଏକ ଲିଖିତ ଚୁକ୍ତିନାମା ପ୍ରଦାନ କରିଥିଲେ ।ଏହା ପରେ ନାବାଳିକା କନ୍ୟା କୁ ତାଙ୍କ ପିତାଙ୍କୁ ହସ୍ତାନ୍ତର କରି ସେଠାରୁ ଫେରିଥିବା ନେଇ ସିଡିପିଓ ପ୍ରକାଶ କରିଛନ୍ତି ।ସିଡିପିଓ ଙ୍କୁ ଏହି କାର୍ୟ୍ୟ କୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି । ପ୍ରକାଶଯୋଗ୍ୟ ଯେ ଗତ ଫେବ୍ରୁଆରୀ ମାସ ରେ ମଧ୍ୟ ଦୁଇ ଦୁଇଟି ନାବାଳିକା କନ୍ୟା ଙ୍କ ବାଲ୍ୟବିବାହ କୁ ଅଟକାଇଥିଲେ ।

















