Friday, September 25, 2026
ADVERTISEMENT
Home ଆଞ୍ଚଳିକ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଅଭିନଵ ପ୍ରୟାସ

ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଅଭିନଵ ପ୍ରୟାସ

641
ADVERTISEMENT

କନ୍ଧମାଳ, ୨୯।୬ (ସୁରେଶ କୁମାର ପଣ୍ଡା) :ବାଲିଗୁଡାରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଅଭିନଵ ପ୍ରୟାସ ଗୀତ ନାଚ ମାଧ୍ୟମରେ ଶିକ୍ଷଣ କାର୍ଯ୍ୟକ୍ରମର ଭିଡିଓ ଭାଇରଲ l କନ୍ଧମାଳ ସାରା ଦେଶରେ ବିଶ୍ୱ ମହାମାରୀ କରୋନା କାୟା ବିସ୍ତାର କରିଥିବା ବେଳେ ଓଡିଶାରେ ମଧ୍ୟ ଦିନକୁ କାରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି l ବିଦ୍ୟାଳୟ ଖୋଲିନଥିବାରୁ ପିଲାଙ୍କ ପାଠପଢା ବାଧା ପ୍ରାପ୍ତ ହୋଇଛି ଏହାକୁ ନେଇ ଚିନ୍ତିତ ଅଛନ୍ତି ଅଭିଭାବକ l ସରକାର ପିଲାଙ୍କ ହିତଦୃଷ୍ଟିରୁ ଇ କ୍ଲାସ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି l ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲାରେ ଉପାନ୍ତ ପଞ୍ଚାୟତ ଅଞ୍ଚଳରେ ନେଟୱାର୍କ ସମସ୍ୟା ରହିଛି ତାଛଡ଼ା ଗରିବ ପିଲାଙ୍କ ପାଖରେ ମୋବାଇଲ ନାହିଁ ଫଳରେ ପିଲା ପାଠ ପଢିବାରେ ବଞ୍ଚିତ ହେଉଛନ୍ତି ଏହାକୁ ଦୃଷ୍ଟିରେ ରଖି ରୁତୁଙ୍ଗିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କଟ୍ରିକିଆ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସହକାରୀ ଶିକ୍ଷକ ସତ୍ୟନାରାୟଣ ତ୍ରିପାଠୀ ଓ ଶିକ୍ଷୟତ୍ରି ସ୍ବର୍ଣ୍ଣପ୍ରଭା ପଣ୍ଡା ପିଲାଙ୍କ ନିମନ୍ତେ କରୋନା ସଚେତନତା କରିବା ସହ ବିଜ୍ଞାନ, ତିରିଶିଟି ଜ଼ିଲ୍ଲାର ନାମ ଓ ସଫାସୁତରା ରହି ଖାଦ୍ୟ ଗ୍ରହଣ ଅନ୍ଧବିଶ୍ୱାସ କୁ ସଂସ୍କାର ଓ ରୋଗହେଲେ ଗୁଣି ଗାରେଡ଼ିର ସାହାରା ନ ନେଇ କିଭଳି ଡାକ୍ତର ଖାନାରେ ଚିକିତ୍ସା କରିବେ ସେ ନେଇ ଗୀତ ନାଚ ଅଭିନୟ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଛନ୍ତି ତାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହେବା ସହିତ ଜନାଦୃତ ହେବାକୁ ଲାଗିଛିl ଗଣିତ ଓ ବିଜ୍ଞାନ ଭଳି କଠିନ ପାଠକୁ ଅତି ସହଜରେ ବୁଝି ପାରୁଛନ୍ତି l କଟ୍ରିକିଆ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱେଶ୍ୱର ପ୍ରଧାନଙ୍କ ପ୍ରତକ୍ଷ ତତ୍ଵାବଧାନରେ ପିଲାଙ୍କୁ ନେଇ ପିଲାଙ୍କ ପାଠ ପଢା ସୁଗମ କରିବା ପାଇଁ ଏକ ଅଭିନଵ ପ୍ରୟାସ କରିଛନ୍ତି ଏହି ଭିଡ଼ିଓକୁ ନେଇ ପିଲାମାନେ ଖୁସି ମନରେ ପାଠ ଅଭ୍ୟାସ କରୁଛନ୍ତି ଏହା ପିଲାଙ୍କ ପାଇଁ ବେଶ ସହାୟକ ହୋଇପାରିଛି ବୋଲି କହନ୍ତି ଛାତ୍ର ଛାତ୍ରୀ ତଥା ଅଭିଭାବକ ଆଗକୁ ସାହିତ୍ୟ ଇଂରାଜୀ ଇତିହାସ ଭଳି ଅନାନ୍ୟା ବିଷୟରେ ଗୀତ ରଚନାକରି ଗୀତ ନୃତ୍ୟ ମାଧ୍ୟମରେ ପିଲାଙ୍କ ପାଇଁ ଭିଡ଼ିଓ ତିଆରି କରିବା ପାଇଁ ଲକ୍ଷ୍ୟରଖିଛନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ l ବର୍ତ୍ତମାନ ଶିକ୍ଷା ବିଭାଗ ପକ୍ଷରୁ ଦିଆଯାଉଥିବା ଇ କ୍ଲାସରେ ଶିକ୍ଷକଙ୍କ ଭିଡ଼ିଓକୁ ସାମିଲ କରାଗଲେ ଓଡିଶାର ବହୁ ଛାତ୍ର ଛାତ୍ରୀ ଉପକୃତ ହୋଇପାରନ୍ତେ ବୋଲି ଶିକ୍ଷକ ଶ୍ରୀ ତ୍ରିପାଠୀ ଓ ଶ୍ରୀମତୀ ପଣ୍ଡା ଆଶାବାଦୀ ଅଛନ୍ତି l

Advertisement