ଦିଲ୍ଲୀ ଏୟାର୍‌ପୋର୍ଟରେ ୧୫ ଲକ୍ଷ ଟଙ୍କାର ଗହଣା ଥିବା ମହିଳାଙ୍କ ପର୍ସ ଚୋରାଇ ବିଏସ୍‌ଏଫ୍‌ କର୍ମଚାରୀ ଗିରଫ ;

728
ADVERTISEMENT

ନୂଆଦିଲ୍ଲୀ,୧୧/୭ (ଡି.ଏଚ.ବି) : ବୁଧବାର ଦିନ ଦିଲ୍ଲୀ ବିମାନ ବନ୍ଦରରେ ୧୫ ଲକ୍ଷ ଟଙ୍କାର ସୁନା ଓ ହୀରା ଅଳଙ୍କାର ଥିବା ଜଣେ ମହିଳାଙ୍କ ହ୍ୟାଣ୍ଡ୍‌ବ୍ୟାଗ୍‌ ଚୋରାଇ ବିଏସ୍‌ଏଫ୍‌ ର ଜଣେ ଆସିଷ୍‌ଟାଣ୍ଟ୍‌ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଗିରଫ ହୋଇଛନ୍ତି । ବାଗଡୋଗ୍ରା ଠାରେ ନିଯୁକ୍ତି ମିଳିବା ପୂର୍ବରୁ ନରେଶ କୁମାର ନାମକ ସେ ଅଭିଯୁକ୍ତ ସହଜରେ ଟଙ୍କା ରୋଜଗାର କରିବା ନିମନ୍ତେ ସେ ଏ ଭଳି ଅପରାଧ କରିଛନ୍ତି ବୋଲି କୁହାଯାଉଛି । ଶ୍ରୀନଗର ଯିବା ପାଇଁ ନୂଆଦିଲ୍ଲୀର ଗାନ୍ଧୀ ଇଣ୍ଟର୍‌ନେସ୍‌ନାଲ୍‌ ଏୟାରପୋର୍ଟରେ ସ୍ୱାମୀଙ୍କୁ ଅପେକ୍ଷା କରିଥିବା ସେ ମହିଳା ଯାତ୍ରୀଜଣକ ଠାରୁ ନରେଶ ବ୍ୟାଗ୍‌ଟି ଚୋରାଇ ନେଇଥିଲେ । ବାଗଡ଼ୋଗ୍ରା ଯିବା ନିମନ୍ତେ ଅଭିଯୁକ୍ତ ଏଏସ୍‌ଆଇ ମଧ୍ୟ ସେଠାରେ ବିମାନକୁ ଅପେକ୍ଷା କରିଥିଲେ । ମହିଳାଜଣକ ପୁଲିସକୁ କହିଛନ୍ତି ଯେ ବୋର୍ଡିଙ୍ଗ୍‌ ଫର୍ମାଲିଟି ଓ ସିକ୍ୟୁରିଟି ଶେଷ ହେବା ପରେ ସେ ଗୋଟାଏ ସିଟ୍‌ରେ ବସି ଚେୟାର ତଳେ ହ୍ୟାଣ୍ଡ୍‌ବ୍ୟାଗ୍‌ଟିକୁ ରଖିଥିଲେ । ସେଠାରେ ବ୍ୟାଗ୍‌ଟି ନ ଥିବା ଜାଣିପାରି ସେ ଥାନାରେ ଅଭିଯୋଗ କରିଥିଲେ ବୋଲି ଆଇଜିଆଇ ଏୟାର୍‌ପୋର୍ଟର ଡେପ୍ୟୁଟି କମିସନର୍‌ ସଞ୍ଜୟ ଭାଟିଆ କହିଛନ୍ତି । ଅଭିଯୋଗ ପରେ ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଦେଖିଲା ଯେ ଏଏସ୍‌ଆଇ ନରେଶ କୁମାର ଯାତ୍ରୀଙ୍କ ସିଟ୍‌ ତଳୁ ବ୍ୟାଗ୍‌ଟିକୁ ଉଠାଇ ନେଉଛନ୍ତି । ଅଭିଯୁକ୍ତଙ୍କ ପରିଚୟ ମିଳିବା ପରେ ସେଠାରେ ତଲାସ ଅଭିଯାନ ଚାଲିଲା ଏବଂ ସେ ବାଗଡୋଗ୍ରା ବିମାନ ଆରୋହଣ କରିବାକୁ ଯାଉଥିବା ବେଳେ ଧରାପଡ଼ିଗଲେ ।


Advertisement