ବ୍ରହ୍ମପୁର, ୨୭।୬ (ସୁଦାମ ମହାରଣା): ଗଞ୍ଜାମ ଜିଲ୍ଲାରେ ହୁହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତ ସଖ୍ୟା ।ଏନେଇ ଗ୍ରାମାଞ୍ଚଳ ଲୋକଙ୍କୁ ଆସନ୍ତା ୧୫ ପର୍ଯ୍ୟନ୍ତ ସହର ଆସିବା ପାଇଁ ବାରଣ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଶନିବାର ଏସମ୍ପର୍କ ରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି। ଜରୁରୀ କାମ ନଥିଲେ ସହରକୁ ନଆସିବାକୁ ଜିଲ୍ଲାପାଳ ଗ୍ରାମାଞ୍ଚଳ ଲୋକଙ୍କୁ ଅନୁରୋଧ କରିଛନ୍ତି । ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ହାତକୁ ଭଲଭାବରେ ଧୋଇବା ପାଇଁ କହିଛନ୍ତି ।


















