ବ୍ରହ୍ମପୁର, ୨୭।୬ (ସୁଦାମ ମହାରଣା): ବ୍ରହ୍ମପୁର ସ୍ଥିତ ଆମ୍ବପୁଆ ପୁଲିସ ରିଜର୍ଭ ଅଫିସ ପରିସରରେ ୧୫ଟି ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ,କମନମେସ୍ ଉଦ୍ ଘାଟିତ ହୋଇଯାଇଛି। ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜ ଡିଆଜି ସତ୍ୟବ୍ରତଭୋଇ ଏହାକୁ ଉଦ୍ ଘାଟନ କରିଥିବା ବେଳେ ବ୍ରହ୍ମପୁର ଏସ୍ ପି ପିନାକ ମିଶ୍ର ଉପସ୍ଥିତ ଥିଲେ। ରିଜର୍ଭ କାର୍ୟ୍ୟାଳୟ ବାରାକ୍ ରେ ରହୁଥିବା ପୁଲିସ କର୍ମଚାରୀ ଙ୍କ ଖାଇବା ରେ ଅସୁବିଧା ହୋଉଥିଲା। ଏହାକୁ ଦୃଷ୍ଟିରେ ରଖି କର୍ମଚାରୀ ଙ୍କ ସୁବିଧା ନିମନ୍ତେ ଏକ କମନମେସ୍ ଆରମ୍ଭ କରାଯାଇଛି। ସେହିପରି କର୍ମଚାରୀ ଙ୍କ ସ୍ବାସ୍ଥ୍ୟ ଖରାପ ହେଲେ ଚିକିତ୍ସା ପାଇଁ ୧୫ଶଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନା ଖୋଲାଯାଇଛି । ୧୯୯୨ମସିହା ରୁ ରିଜର୍ଭ କାର୍ୟ୍ୟାଳୟ ରେ ଏକ ଡାକ୍ତରଖାନା କାଯ୍ୟକ୍ଷମ ହୋଇ ପରବର୍ତ୍ତୀ ସମୟରେ ତାହା ବନ୍ଦ ହୋଇଯାଇଥିଲା। କର୍ମଚାରୀ ଙ୍କ ସୁବିଧା ନିମନ୍ତେ ବ୍ରହ୍ମପୁର ଏସ୍ ପି ଙ୍କ ନିର୍ଦ୍ଦେଶ କ୍ରମେ ପୁନଃ ଉଦ୍ଧାର କରାଯାଇଛି । ଡାକ୍ତରଖାନା ପାଇଁ ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ, ଜଣେ ନର୍ସ, ଜଣେ ସହଯୋଗୀ ଙ୍କୁ ନିଯୁକ୍ତି ମିଳିଛି। ଏହି ଉଦ୍ ଘାଟିନୀ କାର୍ଯ୍ୟକ୍ରମ ରେ ଏ ଏସ୍ ପି ପ୍ରଭାତ ରାଉତରାୟ, ପ୍ରଶାନ୍ତ କୁମାର ମିଶ୍ର, ଟାଉନ ଏସଡିପିଓ ବିଷ୍ଣୁ ପ୍ରସାଦ ପତି,ସଦର ଏସଡିପିଓ ଜୟନ୍ତ ମହାପାତ୍ର, ଡିଏସପି ସାର୍ଥକ ରାଓ,ରାମକୃଷ୍ଣ ପତି ପ୍ରମୁଖ ଉପସ୍ଥିତ ଥିବା ବେଳେ ରିଜର୍ଭ ଇନ୍ସପେକ୍ଟର ଦିଲ୍ଲୀପ ବେହେରା ପରିଚାଳନା କରିଛନ୍ତି ।



















