Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ ପୋଲିସ ଏସ ଆଇ

ଭିଜିଲାନ୍ସ ଜାଲରେ ପୋଲିସ ଏସ ଆଇ

345
ADVERTISEMENT


ବ୍ରହ୍ମପୁର, ୨୭।୬ (ସୁଦାମ ମହାରଣା): ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ଏକ ମାମଲା କୁ ରଫାଦଫା କରିବାପାଇଁ ୩ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଥାନା ର ଏସ ଆଇ ସିଦ୍ଧାର୍ଥ କୁମାର ଗୌଡ ଙ୍କୁ ଭିଜିଲାନ୍ସ ଗିରଫ କରିଛି। ସୂଚନା ଅନୁସାରେ, ପି.ରାଜାସେନାପତି ନାମକ ଜଣେ ବ୍ୟକ୍ତି ଙ୍କ ମାମଲା ରଫାଦଫା କରିବା ପାଇଁ ୩ହଜାର ଟଙ୍କା ପୂର୍ବରୁ ଏସ ଆଇ ଦାବି କରୁଥିଲେ।ଏହା ନେଇ ରାଜା ବ୍ରହ୍ମପୁର ଭିଜିଲାନ୍ସ କାର୍ୟ୍ୟାଳୟ ରେ ଅଭିଯୋଗ କରିଥିଲେ। ରାଜା ସେନାପତି ଙ୍କ ଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ର ଟିମ ରଙ୍ଗ ବୋଳା ଟଙ୍କା ଜବତ କରିବା ସହ ଏସ ଆଇ ଙ୍କୁ ଗିରଫ କରିଛନ୍ତି । ଏହି ଚଢ଼ାଉ ଟିମରେ ଅତିରିକ୍ତ ଏସପି ଶାନ୍ତୁନୁ ପାଢ଼ୀ, ଡିଏସପି ଅରୁଣ ନାୟକ, ଇନ୍ସପେକ୍ଟର ବୈଦେହୀ ବେହେରା, ରାଜେନ୍ଦ୍ର ନାୟକ, କୁମୁଦିନି ସାହୁ, ପ୍ରଫୁଲ୍ଲ ପ୍ରଧାନ ,ସୁଧିର ପରିଡ଼ା ପ୍ରମୁଖ ସାମିଲଥିଲେ। ଅଧିକ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ଏସ ପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି ।

Advertisement