Friday, September 18, 2026
ADVERTISEMENT
Home ଆଞ୍ଚଳିକ ସାପ୍ତାହିକ ରବିବାର ଛୁଟିଦିନ ଅଧିକାରୀ ଓ କର୍ମଚାରୀ ନିଜ ପରିବାର ସହ ବଶ୍ରାମ ନେବେ- ଜିଲ୍ଲାପାଳ

ସାପ୍ତାହିକ ରବିବାର ଛୁଟିଦିନ ଅଧିକାରୀ ଓ କର୍ମଚାରୀ ନିଜ ପରିବାର ସହ ବଶ୍ରାମ ନେବେ- ଜିଲ୍ଲାପାଳ

735
ADVERTISEMENT

ଛତ୍ରପୁର,୨୪-୬: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଭି଼ଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣଙ୍କୁ କୋଭିଡ୍ ଜନିତ ଦେଖାଯାଉଥିବା ସମସ୍ୟା ଗୁଡିକ କିପରି ସମାଧାନ ହୋଇପାରିବ ସେଥି ନିମନ୍ତେ ବିସ୍ତୃତ ଆଲୋଚନା କରିଥିଲେ ।

ଜିଲ୍ଲାରେ କାର୍ୟ୍ୟରତ ଅଧିକାରୀ ମାନଙ୍କ ଠାରେ କୋଭିଡ ରେ ଆକ୍ରାନ୍ତ ହେଉଥିବା ଲକ୍ଷଣମାନ ଦେଖାଯାଉଥିବା ହେତୁ ସେ ଦୁଃଖ ପ୍ରକାଶ କରିଥିଲେ । ଅଧିକାରୀଗଣ କୋଭିଡ୍ ୧୯କାର୍ୟ୍ୟ ସମ୍ପାଦନ ସମୟରେ ଯଦି ନିଜ ର ତଥା ନିଜ କର୍ମଚାରୀ ମାନଙ୍କର ସତର୍କତା ଅବଲମ୍ବନ କରିବେ ନାହିଁ ତେବେ ଅନେକ ସମସ୍ୟା ଦେଖାଦେବ । କାର୍ୟାଳୟର କାର୍ୟ୍ୟ ପ୍ରଣାଳୀରେ ସତର୍କତା ଅବଲମ୍ବନର ଆବଶ୍ୟକତାକୁ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । ଆଜି ଠାରୁ ଆଗାମୀ ୧୦ ଦିନ ପର୍ୟ୍ୟନ୍ତ ସାଧାରଣ ଜନତା କୌଣସି କାର୍ୟ୍ୟାଳୟକୁ ଗସ୍ତ କରିବା ସକାଶେ ବାରଣ କରାଯାଇଛି । କାର୍ୟ୍ୟାଳୟରେ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ରହି ଦୈନନ୍ଦିନ ପ୍ରଶାସନିକ କାର୍ୟ୍ୟ ତୁଲାଇବେ । ଆଗାମୀ ଦିନରେ ସମସ୍ତ ଅଧିକାରୀ ଓ କର୍ମଚାରୀ ସାପ୍ତାହିକ ଛୁଟି ଦିବସ ରବିବାର ଦିନ ନିଜ ଘରେ ପରିବାରଙ୍କ ସହ ରହି ବିଶ୍ରାମ ନେବେ । ଅତି ଜରୁରୀ ନହେଲେ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ସରକାରୀ କାର୍ୟ୍ୟ ନିମନ୍ତେ ଡକାଯିବ ନାହିଁ ।

ଯେଉଁ ବ୍ୟକ୍ତି ବିଶେଷଙ୍କ ଠାରେ କରୋନା ପଜିଟିଭ ବିହିରିଛି ସେମାନଙ୍କ ଠାରୁ କାହା ସଂସ୍ପର୍ଶରେ ଆସିଛନ୍ତି, କେଉଁଠିକି ଯାଇଥିଲେ, କାହାସହ ମିଶିଥିଲେ ଏସବୁ ତଥ୍ୟ ସଂଗ୍ରହ କରିବା ସହିତ ସେମାନଙ୍କର ପଡୋଶୀ ମାନଙ୍କର ତଥ୍ୟ ସଂଗ୍ରହ ସହ ପଡୋଶୀଙ୍କ ଠାରେ ଦେଖାଯାଉଥିବା ଲକ୍ଷଣ ପ୍ରତି ନଜର ରଖିବେ । ଯଦି ସେମାନଙ୍କ ଠାରେ କରୋନା ସକାଶେ ଲକ୍ଷଣ ଦେଖାଦେଉଥିବ ତେବେ ସେମାନଙ୍କୁ କୋଭିଡ୍ କେୟାର ହୋମ୍ ରେ ଏକାନ୍ତ ରଖିବାକୁ ପରାମର୍ଶ ଦେଇଥିଲେ । ଗ୍ରାମ ପଞ୍ଚାୟତ ସ୍ତରରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । କରୋନା ସଂକ୍ରମଣର ସ୍ତର ରହିଛି ।

ତାହାକୁ ଦୃଷ୍ଟିରେ ରଖି ସଠିକ୍ ସ୍ଲାବ୍ ସଂଗ୍ରହ କରି ପରୀକ୍ଷା କରିବାକୁ ଜଣାଇଥିଲେ । ଯେଉଁ ଅଞ୍ଚଳ ଗୁଡିକରେ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି ସେଥିପ୍ରତି ଅଧିକ ଦୃଷ୍ଟି ଦେବେ, ଉକ୍ତ ଅଞ୍ଚଶରେ ବସବାସ କରୁଥିବା ପରିବାର ବର୍ଗ କିପରି ନିଜ ନିକଟରେ ଦୈନିକ ଆବଶ୍ୟକତା ସାମଗ୍ରୀ ପାଇବେ ତାହାର ସୁବ୍ୟବସ୍ଥା କରିବାକୁ ଗୁରୁତ୍ବ ଦେଇଥିଲେ ଯଦ୍ବାରା ସେମାନେ ବାହାରକୁ ଯିବେ ନାହିଁ । ସରପଞ୍ଚ ମାନେ ସେମାନଙ୍କ ଅଞ୍ଚଳକୁ ଗ୍ରୀନ୍ ଜୋନ୍ କରିବାପାଇଁ ପ୍ରଚେଷ୍ଟା କରିବା ସକାଶେ ପ୍ରବର୍ତ୍ତାଇବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ କହିଥିଲେ ।

ସହରାଞ୍ଚଳମାନଙ୍କରେ ଅଧିକ ସତର୍କତା ଅବଲମ୍ବନ କରିବା ସକାଶେ ଗୁରୁତ୍ବ ଦିଆଯାଇଥିଲା । ଅନାବଶ୍ୟକ ଦୋକାନ ବନ୍ଦ କରିବା, ପନିପରିବା ଓ ତେଜରାତି ଦୋକାନରେ ସାମାଜିକ ଦୂରତ୍ବ ବଜାୟ ରଖିବା ଓ ମାସ୍କର ବ୍ୟବହାରକୁ କଡାକଡି ପାଳନ କରିବା ଦିଗରେ ନିଶ୍ଚିତ କରିବାକୁ ଜଣାଇଥିଲେ । ବିଶେଷକରି ପନିପରିବା ବିକ୍ରି ଅଞ୍ଚଳରେ ବାରିକେଡ୍ ବ୍ୟବସ୍ଥା କରିବାକୁ କହିଥିଲେ । ଅଧିକ ସଂଖ୍ୟକ ମୋବାଇଲ୍ ବିକ୍ରିକୁ ପ୍ରୋତ୍ସାହନ ଦେବାନିମନ୍ତେ ପରାମର୍ଶ ଦେଇଥିଲେ । କୋଭିଡ୍ କୁ ଦୃଷ୍ଟିର ରଖି ନିୟମ ପାଳନ ନ ହୁଏ ଓ ଖାଉଟି ମାନଙ୍କର ସାମାଜିକ ଦୂରତ୍ବ ପାଳନ କରୁନଥିବା ଦୋକାନକୁ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅମୀୟ କୁମାର ସାହୁ , ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଉପସ୍ଥିତ ଥିଲେ ।



ସ୍ରୋତ:ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ

Advertisement