Tuesday, August 18, 2026
ADVERTISEMENT
Home ଆଞ୍ଚଳିକ ଦୁଇ କୁଇଣ୍ଟାଲ ଗଞ୍ଜେଇ ସହ ୪ ଗିରଫ

ଦୁଇ କୁଇଣ୍ଟାଲ ଗଞ୍ଜେଇ ସହ ୪ ଗିରଫ

1454
ADVERTISEMENT


ଫୁଲବାଣୀ , ୨୪।୬(ଆଦିତ୍ୟ ପ୍ରସାଦ ତ୍ରିପାଠୀ ): କନ୍ଧମାଳ ଫିରିଙ୍ଗିଆ ଥାନାର ମାସରିପଡ଼ା ଛକରେ ପେଟ୍ରୋଲିଙ୍ଗ ସମୟରେ ଏକ ବୋଲେରୋ ମାକ୍ସ ପିକଅପ୍ ଗାଡ଼ି ନମ୍ବର ଓଡ଼ି୧୨୭୫୬୬ଯାଞ୍ଚ କଲା ସମୟରେ ଗଞ୍ଜେଇ ଭର୍ତ୍ତି ହୋଇଥିଲା । ଗାଡ଼ିକୁ ଜବତ କରବା ସହ ୪ ଜଣକୁ ଗିରଫ କରି ଫିରିଙ୍ଗିଆ ଥାନାକୁ ନିଆଯାଇଥିଲା । ସେଠାରେ ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୟାମ ସୁନ୍ଦର ରାଓ ୨୦୦ କିଲୋ ଗଞ୍ଜେଇ ଜବତ କରିଥିଲେ ଏହି ୪ଜଣଙ୍କ ମଧ୍ୟରୁ ସୁନୀଲ ବେହେରା ବୟସ ୨୬ ଖଜୁରିପଡ଼ା, ବିଭୁତି ଦିଗାଲ,୨୬ ରଞ୍ଜନ ବେହେରା, ୩୦, ଗୌତମ ବେହେରା ୨୯ସମସ୍ତଙ୍କ ଘର ଖଜୁରୀପଡ଼ା ବ୍ଲକ ଏକ ମାମଲା ୪୮। ୨୦ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି ଗଞ୍ଜେଇ ସାଡ଼ିଙ୍ଗିଆ ରୁ ଭୁବନେଶ୍ୱର ଯାଉଥିଲା

Advertisement