ବଲାଙ୍ଗୀର, ୨୩।୬(ସୁନୀଲ ତ୍ରିପାଠୀ) : ଜଳ ନିଷ୍କାସନ ପଥ ଯେତେ ଅଛି, ବଲାଙ୍ଗୀର ସହରରେ ସବୁ ଆବର୍ଜନା ରେ ପୋତି ହୋଇ ଗଲାଣି । ପୌରପରିଷଦ ବେଖାତିର ବର୍ଷା ଆରମ୍ଭ ହେଲାଣି ପଛେ, ପଦକ୍ଷେପ କିଛି ନେଲେନି ବନ୍ୟାଆଶଙ୍କା ରେ ଲୋକ ମାନେ ଆତଙ୍କିତ ଏଣୁ ହେଲେଣି । ଯୋଜନା ବଦ୍ଧ ସହର ହୋଇବି, ହେଉନି କିଛି ସୁବ୍ୟବସ୍ଥା ନାନା ପ୍ରକାର ଖଜଣା ଦେଇବି, ଲୋକେ ହୁଅନ୍ତି ହୀନସ୍ତା, ହାକିମ ଓ ଆମପ୍ରତିନିଧି ମାନେ, ନିରବତାରେ ଅଛନ୍ତି ଦୁଃଖୀ ଓ ଗରିବ କହିବେ କାହାକୁ, ମୁଣ୍ଡେ ହାତ ଦେଇ ବସନ୍ତି, ଏହାର ତୁରନ୍ତ ସମାଧାନ ନହେଲେ ଆଗକୁ ବଲାଙ୍ଗୀର ଵାସୀ ବହୁ ଅସୁବିଧାର ସମ୍ମୁଖୀନ ହେବେ; ତୁରନ୍ତ ପ୍ରଶାସନ ଏହାର ଦୃଷ୍ଟିଆକର୍ଷଣ କରିବା ଆବଶ୍ୟକ ।


















