Saturday, November 7, 2026
ADVERTISEMENT
Home ଆଞ୍ଚଳିକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ସହୀଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ସହୀଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

234
ADVERTISEMENT


ପୁରୁଷୋତ୍ତମପୁର, ୨୩।୬( ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନ୍ଏଏସି ସ୍ଥିତ ହିନ୍ଦୀ ପ୍ରଚାର ସଭା କାର୍ଯ୍ୟାଳୟ ରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର ଉପଦେଷ୍ଟା ତଥାବରିଷ୍ଠ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ରଥ ଙ୍କ ତତ୍ତ୍ୱାବଧାନରେ ଭାରତ-ଚୀନ ସୀମାନ୍ତ ଲଦାଖର ଗଲୱ।ନା ଘାଟିରେ ପ୍ରାଣ ହରାଇଥିବା ସହୀଦ ଯବାନଙ୍କ ଉଦ୍ଦେଶ୍ୟ ରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ବୀର ଯବାନଙ୍କ ଫଟୋରେ ପୁଷ୍ପମାଲ୍ୟାର୍ପଣ କରାଯିବା ସହ କ୍ୟାଣ୍ଡଲ ଜାଳି ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।
ସଙ୍ଘର ସଭାପତି ରଘୁନାଥ ସାହୁ, ସମ୍ପାଦକ ଲକ୍ଷଣ ପାଣିଗ୍ରାହୀ, ନରସିଂହ ପାଢ଼ୀ, ଏ.ରାଜଗଞପାଳ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

Advertisement