କନ୍ଧମାଳ, ୨୩।୬( ସୁରେଶ କୁମାର ପଣ୍ଡା) : କନ୍ଧମାଳ ଦାରିଙ୍ଗବାଡ଼ି ବ୍ଲକରେ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି । ଶିକ୍ଷକ ଜଣକ ତୁଡୁକିବାଡ଼ି ସାହିରେ ରହୁଥିଲେ ଶିକ୍ଷକ ଜଣକ ବିଭିନ୍ନ ଲୋକଙ୍କ ସହ ମିଳାମିଶା କରିଥାନ୍ତି । ଆଗକୁ ସଂକ୍ରମିତ ନ ହେବା ପାଇଁ ଦାରିଙ୍ଗବାଡ଼ିର କେତୋଟି ସାହିକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି । ଉକ୍ତ ସାହି ରୂକାନବାଡ଼ି, ବଜାର ସାହି ଲଦ ପାଙ୍ଗା କୁ ସିଲ କରାଯାଇଛି । ଏହା ସହ ଆବଶ୍ୟକ ସ୍ଥଳେ ଜରୁରୀ ସାମଗ୍ରୀ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଅନୁମତି ଦିଆଯାଇଛି । ଏହାସହ ଦାରିଙ୍ଗବାଡିର ପ୍ରବେଶ ପଥ ଗ୍ରୀନବାଡୀ, ପରପାଙ୍ଗା ସିଲ କରାଯାଇଛି ଏନେଇ ସୂଚନା ଦେଇଛନ୍ତି ଦାରିଙ୍ଗବାଡି ତହସିଲଦାର ନୀତିଶ କୁମାର ତ୍ରିପାଠୀ ।














