Thursday, November 12, 2026
ADVERTISEMENT
Home ଆଞ୍ଚଳିକ ଜିଲ୍ଲାପାଳ ଙ୍କ ଦୟାପଲ୍ଳୀ ସଙ୍ଗରୋଧ କେନ୍ଦ୍ର ପରିଦର୍ଶ

ଜିଲ୍ଲାପାଳ ଙ୍କ ଦୟାପଲ୍ଳୀ ସଙ୍ଗରୋଧ କେନ୍ଦ୍ର ପରିଦର୍ଶ

218
ADVERTISEMENT

ବ୍ରହ୍ମପୁର, ୨୩ ।  ୬ (ଇ.ରଞ୍ଜନ ) ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ହିଞିଳିକାଟୁ ବ୍ଲକ ଅଧିନସ୍ଥ ଦୟାପଲ୍ଳୀ ଗ୍ରାମ ପଞ୍ଚାୟତରେ ଚାଲିଥିବା କରୋନା -୧୯ ଲକ୍ ଡାଉନ୍ ପରେ ରାଜ୍ୟ ଓ ଜିଲ୍ଲା ବାହାର ରାଜ୍ୟକୁ ଯାଇଥିବା ଶ୍ରମିକ ମାନେ ଫେରିଲେ ସେମାନଙ୍କ ସମସ୍ତ ସୁବ୍ୟବସ୍ଥା କିପରି ହେବ ସେଥି ପ୍ରତି ଲୋକଙ୍କ ପାଇଁ ପଞ୍ଚାୟତ ସ୍ତରରେ ନିର୍ମିତ ସଙ୍ଗରୋଧ କେନ୍ଦ୍ର ଖୋଲା ଯାଇଛି। ପୂର୍ବରୁ ଗୋଟିଏ ବିଦ୍ୟାଳୟ ପରିସରରେ ସଙ୍ଗରୋଧ ଗୃହକୁ ବନ୍ଦ କରି ସ୍ଥାନୀୟ କଲ୍ୟାଣ ମଣ୍ଡପକୁ ସଙ୍ଗରୋଧ କେନ୍ଦ୍ର ସ୍ଥାନାନ୍ତର   କରାଯାଇଛି। ମଙ୍ଗଳବାର ୧୨ଟା ୩୦ମିନିଟ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କଲୁଙ୍ଗା  ଅନୁଧ୍ୟାନ କରିଥିଲେ।  ସଙ୍ଗରୋଧ କେନ୍ଦ୍ରର ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ ଆଲୋକ, ଆନୁଷଙ୍ଗିକ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ଏସ୍ .ରାଜେଶ ରାଓ, ସ୍ଥାନୀୟ ସରପଞ୍ଚ ପଞ୍ଚାୟତ ଜିଲାପାଳ ଦାୟିତ୍ୱରେ ଥିବାରୁ ବି.ଆପୋୟଙ୍କ ସହ ଆଲୋଚନା କରିଥିଲେ। ଗାଁ ଲୋକେ ମାନେ ଏହି ବନ୍ଧରେ ନ ଗାଧୋଇବା ପାଇଁ ଏକ ମାସ ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ଗାଁ ଗୋଟିଏ ପଞ୍ଚାୟତ ହୋଇ ଥିବାରୁ ସରପଞ୍ଚଙ୍କ ସହ ଗାଁର ସୁବିଧା ଅସୁବିଧା ପଚାରିବୁଝିଥିଲେ। ଜିଲାପାଳଙ୍କ ଗସ୍ତ ସମୟରେ ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଓ ତହସିଲଦାରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଗୋଟିଏ ସଙ୍ଗରୋଧ ଗୃହ ୨୦ଟି ପ୍ରକୋଷ୍ଠ ଖୋଲା ଯାଇଥିଲା ଏଥି ସକାଶେ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ଜାରି ରହିଛି ବୋଲି ବିଡିଓ ଶ୍ରୀ ପାତ୍ର କହିଛନ୍ତି।

Advertisement