ବଲାଙ୍ଗୀର, ୨୩।୬( :ଦେବବ୍ରତ ଗୁରୁ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମାଣିକପୁରରେ ଅଘଟଣ । ଟ୍ରାକ୍ଟର ଉଲଟି ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ମାଣିକପୁର ଗାଁର ଶେଖର ଭୋଇ ଓ ସଞ୍ଜିବ ଭରାସାଗର । ଉଭରେ ଟ୍ରାକ୍ଟର ରେ ରୋଟାଭେଟର ଲଗାଇ ବିଲକୁ ହଳ କରିବାକୁ ଯାଉଥିଲେ । ମାଣିକପୁର ମୁର୍ଷୁଣ୍ଢି ରାସ୍ତାରେ ଗଲବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିବ ଜଣା ପଡିଛି ।


















