କୋଦଳା, ୨୩।୬ (ସୂର୍ଯ୍ୟନାରାୟଣ ବୁଡୁ): ଆମ ଗାଁ ରେ ମଦ ବନ୍ଦ , ଯିଏ ବିକିବ କିମ୍ବା ଖାଇବ ତାକୁ ଶାସ୍ତି ଓ ପୋଲିସ ରେ ହସ୍ତାନ୍ତର । ଚାଲ ଆମେ ଏକାଠି ହେବା , ଗ୍ରାମରୁ ମଦ କୁ ହଟାଇ ଦେବା । ଗ୍ରାମବାସୀ ମିଶି ରାଣ ଖାଇବା , ଗ୍ରାମରୁ ମଦ ହଟାଇ ଦେବା । ପରିବେଶ ଦୁଷିତ କରୁଛି କିଏ , ମଦ ବେପାରୀ ଆଉ କିଏ । ନିଜ ଗାଁ ରୁ ମଦ ହଟାଇ ଦିଅ , ନିଜ ଜୀବନ କୁ ନିଜେ ବଞ୍ଚାଅ । ଏହା ଥିଲା ବେଗୁନିଆପଡା ବ୍ଲକ କେ , ବରିଡା ପଞ୍ଚାୟତ ଅନ୍ତର୍ଗତ ନିମିନା ଗ୍ରାମ ରେ ମଦ ମୁକ୍ତି ଗ୍ରାମ ଅଭିଯାନ ର ସ୍ଲୋଗାନ । ଦିର୍ଘ ଦିନ ହେବ ଏହି ଗ୍ରାମରେ ବହୁଳ ମଦ ବିକ୍ରି ହେଉଥିବା ଫଳ ରେ ଯୁବ ଗୋଷ୍ଠି ପଥଭ୍ରଷ୍ଟ ହୋଇ ପରିବାର ସହିତ ଅଶାନ୍ତି ,ଅପ୍ରୀତିକର ପରିସ୍ଥିତି ଓ ଅସାମାଜିକ କାର୍ୟ୍ୟ ବ୍ରୂଦ୍ଧି ପାଉଥିବା ନେଇ ଅଭିଯୋଗ ମାନ ହୋଇ ଆସୁଥିଲା ।ଏହାକୁ ସବୁଦିନ ପାଇଁ ବନ୍ଦ କରିବା ନିମନ୍ତେ ଗ୍ରାମବାସୀ , ଏସହେଚଜି ମା , ଅଙ୍ଗନବାଡି , ଆଶା , ସିଆରପି , ଏମ୍ବୀକେ , ବ୍ୟାଙ୍କ ମିତ୍ର ,ଏକତ୍ରିତ ହୋଇ ପ୍ରଶାସନ କୁ ଅବଗତ କରାଇଥିଲେ ।ଆଜି ସୋମବାର ସକାଳୁ ସରପଞ୍ଚ ଚିତ୍ରସେନ ନାୟକଙ୍କ ଉପସ୍ଥିତି ରେ ଗ୍ରାମର ଯୁବଗୋଷ୍ଠୀ ,ପଞ୍ଚାୟତ ବିଜେଡି ସଭାପତି ଗୌତମ ମଳିକ ,ସିଆରପି ସୁକାନ୍ତି ମଳିକ ,ଏମ୍ବୀକେ ଲିଲି ବେହେରା ,ବ୍ୟାଙ୍କ ମିତ୍ର ସୁନିତା ପରିଡା , ଏସହେଚଜି ମାଁ ସମେତ ବୂଦ୍ଧିଯିବି , ସମାଜସେବୀ ଉପସ୍ଥିତ ରହି ମଦ ବିରୋଧୀ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିବା ସହିତ ଲୋକଙ୍କୁ ସଚେତନ କରିଥିଲେ । ଆଜିଠାରୁ ଯେଉଁମାନେ ମଦ ବିକନ୍ତି କିମ୍ଵା ପିଅନ୍ତି ସେମାନଙ୍କ ବିରୁଦ୍ଧ ରେ ଦ୍ରୁଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏଵଂ ପୋଲିସ କୁ ହସ୍ତାନ୍ତର କରାଯିବ ବୋଲି ଚେତାବନି ଦେଇଛନ୍ତି । ଗ୍ରାମବାସୀଙ୍କ ଏହି ଉଦ୍ୟମ କୁ ପଞ୍ଚାୟତ ବାସୀ ପ୍ରସଂଶା କରିଛନ୍ତି ।


















