Saturday, November 7, 2026
ADVERTISEMENT
Home ଆଞ୍ଚଳିକ ପାଗଳ ମାଙ୍କଡ଼ କାମୁଡ଼ାରେ ୧୫ରୁ ଉର୍ଦ୍ଧ୍ଵ ଆହତ

ପାଗଳ ମାଙ୍କଡ଼ କାମୁଡ଼ାରେ ୧୫ରୁ ଉର୍ଦ୍ଧ୍ଵ ଆହତ

290
ADVERTISEMENT



ହିଞ୍ଜିଳିକାଟୁ,୨୩।୬(ଶେଷଦେବ ସାହୁ) : ଗତ ୪ ଦିନ ଧରି ହିଞ୍ଜିଳିକାଟୁ ବ୍ଳକ ଦୟାନିଧିପୁର ଶାସନ ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ ଦେଖାଦେଇଛି । ପାଗଳ ମାଙ୍କଡ଼ କାମୁଡ଼ାରେ ଗ୍ରାମର ୧୫ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି । ଆହତ ମାନେ ହେଲେ ସଂପୃକ୍ତ ଗ୍ରାମର ସପନ କୁମାର ତ୍ରିପାଠି, ଉମାଚରଣ ତ୍ରିପାଠି, ରମା ନାଇକ, ସୁଦର୍ଶନ ତ୍ରିପାଠି, ବଟେଶ୍ବର ତ୍ରିପାଠି, ଭାସ୍କର ତ୍ରିପାଠି, ହରିହର ତ୍ରିପାଠି, ରୁଦ୍ର ତ୍ରିପାଠି, ବାସନ୍ତି ତ୍ରିପାଠି, ଶଙ୍କର ରାଉଳ, ଜଟେଶ୍ୱର ତ୍ରିପାଠି । ଘଟଣା ନେଇ ସ୍ଥାନୀୟ ଗ୍ରାମବାସୀ ବାରମ୍ବାର ବନବିଭାଗ କର୍ମଚାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ । ସୋମବାର ସଂପୃକ୍ତ ଗ୍ରାମର ଶତାଧିକ ବ୍ୟକ୍ତି ବନବିଭାଗ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ସଜବାଜ ହେଉଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ବନବିଭାଗ କର୍ମଚାରୀ ଏନ. ବାଲାଜି ରେଡ୍ଡି, ଅମ୍ରେସ କୁମାର ଦାସ, ତ୍ରିନାଥ ବିଶ୍ୱାସରାୟ ପ୍ରମୁଖ ସଂପୃକ୍ତ ଗ୍ରାମରେ ପହଞ୍ଚି ପାଗଳ ମାଙ୍କଡ଼କୁ କାବୁ କରିବା ପାଇଁ ପହଞ୍ଚିଥିଲେ । ଖବର ଲେଖା ହେବା ସୁଦ୍ଧା ବନବିଭାଗ କର୍ମଚାରୀ ପାଗଳ ମାଙ୍କଡ଼କୁ କାବୁ କରିପାରିନଥିବା ଜଣାପଡ଼ିଛି ।



Advertisement