Thursday, September 24, 2026
ADVERTISEMENT
Home ଆଞ୍ଚଳିକ ପୁଲିସ ମହାନିର୍ଦ୍ଦେଶକଙ୍କ ଏକ ଦିନିଆ କନ୍ଧମାଳ ଗ୍ରସ୍ତ

ପୁଲିସ ମହାନିର୍ଦ୍ଦେଶକଙ୍କ ଏକ ଦିନିଆ କନ୍ଧମାଳ ଗ୍ରସ୍ତ

452
ADVERTISEMENT


ଫୁଲବାଣୀ, ୨୨।୬(ସୁରେଶ ପଣ୍ଡା): ଦିନିଆ କନ୍ଧମାଳ ଗ୍ରସ୍ତ କରି ଫେରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଅଭୟ । କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ବାଳନ୍ଦା ପଡା ଠରେ ଥିବା ସିଆରପିଏଫ କ୍ୟାମ୍ପ ବୁଲି ଦେଖିବା ସହ ସେଠାରେ ଥିବା ବାମପନ୍ଥୀ ଉଗ୍ରବାଦୀ ଙ୍କ କାର୍ଯ୍ୟକଳାପ ଉପରେ ସମୀକ୍ଷା କରିଥିଲେ । ଫୁଲବାଣୀ ରିଜର୍ଭ ପୋଲିସ ପଡ଼ିଆ ଠାରେ ହେଲିକେପ୍ଟର ଯୋଗେ ପହଞ୍ଚିବା ପରେ ଫୁଲବାଣୀ ଆଦର୍ଶ ଥାନା ରେ ପହଞ୍ଚି ବୁଲି ଦେଖିବା ସହ ଏଏସ ପି ଙ୍କ କାର୍ଯ୍ୟାଳୟ ରେ ଗୋଟଏ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ କନ୍ଧମାଳ ଜିଲ୍ଲାପାଳ ଡଃ. ବୁନ୍ଦା ଡ଼ି ସହ ଏସପି ପ୍ରତୀକ ଗୀତା ସିଂ ଓ ଆଇଜି. ପ୍ରବିଣ କୁମାର, ଦାକ୍ଷିଣାଞ୍ଚଳ ଡି. ଆଇ. ଜୀ ସତ୍ୟବ୍ରତ ଭୋଇ ମଧ୍ୟ ଯୋଗ ଦେଇଥିଲେ । ଏହି ବୈଠକ ମୁଖ୍ୟତଃ ମାଓ ବାଦୀଙ୍କ କାର୍ଯ୍ୟକଳାପ ଓ ଜିଲ୍ଲାରେ ଆଇନ୍ ସମ୍ପର୍କ ସହ ଗଞ୍ଜେଇ ଚାଲାଣ ଓ କୋଭିଡ଼ -୧୯ ର ବିଷୟରେ ଆଲୋଚନା ହୋଇଥିଲା ।କନ୍ଧମାଳ ଏସପି ଏହି କାର୍ଯ୍ୟକୁ ବହୁ ଭଲ ଭାବରେ କରିଛନ୍ତି ବୋଲି ପୁଲିସ ମହାନିର୍ଦେଶକ କହିଥିଲେ। ଜିଲ୍ଲାର ଅପରାଧିକ କାର୍ଯ୍ୟକଳାପ ଉପରେ ମଧ୍ୟ ଆଲୋଚନା ହୋଇଥିଲା ଭଲ କାମ କରୁଥିବା ପୁଲିସ କର୍ମଚାରିଙ୍କ ମନୋବଳ ମଧ୍ୟ ବଢାଇଥିଲେ ପୋଲିସ ମହା ନିର୍ଦ୍ଦେଶକ ଅଭୟ।

Advertisement