ପ୍ରଶାସନ ପକ୍ଷରୁ କୁକୁଡ଼ାଖଣ୍ଡି ପାଣ୍ଡିଆ ଝଳି ଏବଂ ମସିହାଖାଲି ସର୍ଟଡାଉନ

889
ADVERTISEMENT

କୁକୁଡ଼ାଖଣ୍ଡି,୨୧-୦୬{ଇ.ରଞ୍ଜନ}: ଦିନକୁ ଦିନ ମହାମାରୀ କୋରନାର ଅବତାର ଦେଖେଇବାରେ ଲାଗିଚି I ଏହି ଅଦୃଶ୍ୟ ଅବତାର ଶକ୍ତି ଆଗରେ ସମସ୍ତ ଜନସାଧାରଣ ହାରମାନି ଏହା ବିରୋଧରେ ଲଢେଇ କରୁକରୁ ବହୁ ଯୋଦ୍ଧା ବର୍ତ୍ତମାନ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଚନ୍ତି I ଚି଼ହ୍ନଟ ମଧ୍ୟ ସେମାନଙ୍କ ଠାରେ ବୃଦ୍ଧି ପାଉଛି ବର୍ତ୍ତମାନ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ପାଣ୍ଡିଆଝୋଳି ଗ୍ରାମକୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ରୁ ଦ୍ୱିତୀୟ ଥର ପାଇଁ ସିଲ କରିଥିଲା ସ୍ଥାନୀୟ ପ୍ରଶାସନ I ପୂର୍ବରୁ ଉକ୍ତ ଗ୍ରାମରେ ଜଣେ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ଗ୍ରାମର ଲୋକମାନଙ୍କ ଶରୀରରେ ତାହା ଧିରସ୍ତରରେ ବୃଦ୍ଧି ପାଇଥିଲା ଏବଂ ସେହିପରି ମସିହାଖାଲି ପଂଚାୟତ ରେ ମଧ୍ୟ ଚା, ବ୍ୟବସାୟୀଙ୍କ ଶରୀରରେ ମଧ୍ୟ ଆବିର୍ଭାବ ହେବା ପରେ ସମସ୍ତ ଜନସାଧାରଣ ଙ୍କ ମନରେ ଏକପ୍ରକାର ଛନକା ପଶିଥିଲା ଅନ୍ୟପକ୍ଷ ରେ କରୋନାର ଅନ୍ୟତମ ଯୋଦ୍ଧାଗ୍ୟାସ ବିତରକ କୁକୁଡାଖଣ୍ଡି ଭାରତ ଗ୍ୟାସ ସଂସ୍ଥାର ଜଣେ ଯୁବକଙ୍କୁ କୋରନା ଆକ୍ରାନ୍ତ ହେବାପରେ ରହୁଥିବା ଗ୍ରାମର ବାସସ୍ଥାନ ଅଞ୍ଚଳ ଗୌଡ଼ ସାହି ଓ ତେଲଙ୍ଗା ସାହିକୁ ସିଲ କରିଥିଲା ପ୍ରଶାସନ I ଏହି ବିତରକ ଙ୍କୁ ସଂକ୍ରମଣ ପରେ ଗ୍ୟାସ ତାଙ୍କ ଠାରୁ ଗ୍ରହଣ କରିଥିବା ପ୍ରାୟ ୫ ରୁ ଉର୍ଦ୍ଧ ଗ୍ରାମ ଲୋକ ବର୍ତମାନ ଭୟାଵହ ରେ ରହିଥିବା ବେଳେ କଙ୍କିଆ ପଂଚାୟତର ଜନପ୍ରତିନିଧ ବା ବ୍ଲକର ଆଗଧାଡିର ରାଜନେତା ଙ୍କ ସାରଥି ଙ୍କୁ ସଂକ୍ରମଣ ହୋଇଥିଲା ସେ କୋବିଡ଼ ହସ୍ପିଟାଲ ରେ ଚିକିତ୍ସାଧିନ ରହିଥିବା ବେଳେ ରାଜନେତାଙ୍କ ସନ୍ସର୍ସ ଆସିଥିବା ଦୃଷ୍ଟିକୁ ନେଇ କୋବିଡ଼ ଯାଞ୍ଚ କରାଯାଇଥିଲା ନେତା ଙ୍କ ରିପୋର୍ଟ ନେଗେଟିଭ ଥିବା ଯୋଗୁଁ ହୋମକ୍ଵାରେଣ୍ଟନ ରେ ରହିଥିବା ସୂଚନା ଏହି ସମସ୍ତ ଘଟଣା ପରେ ଜିଲ୍ଲା ପ୍ରଶାସନ ନିର୍ଦେଶ କ୍ରମେ ବ୍ଲକ ଓ ତହସିଲ ପ୍ରଶାସନ ସେହି ଅଞ୍ଚଳର ଗତିଵିଧି କୁ ଲକ୍ଷ୍ୟ କରି ସଂକ୍ରମିତ ସଂଖ୍ୟା ପରବର୍ତୀ ସମୟ ପର୍ଯ୍ୟନ୍ତ ଚି଼ହ୍ନଟ ହୋଇନଥିବା ପର୍ଯ୍ୟନ୍ତ ସର୍ଟଡାଉନ ଯାରିରହିବ ବୋଲି ସୂଚନା ଏହି କାର୍ଯ୍ୟକ୍ରମରେ ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଅତିରିକ୍ତ ତହସିଲଦାର ଅମ୍ବିତ ମହାନ୍ତି ପ୍ରମୁଖ ଯୋଗ ଦେଇ ଘରବିତରେ ରହିବା ପାଇଁ ଜନସାଧାରଣ ଙ୍କୁ ନିବେଦନ କରିଥିଲେ ଯେଉଁ ସାମଗ୍ରୀ ଆବଶ୍ୟକତା ସ୍ଥଳରେ ସରପଞ୍ଚ ମାନେ ଯୋଗାଇ ଦେବା ନିମନ୍ତେ ରେଡ଼ିଓ ମାଧ୍ୟମରେ ଅବଗତ କରିଥିଲେ |

Advertisement