Friday, September 18, 2026
ADVERTISEMENT
Home କନ୍ଧମାଳ ବହୁବର୍ଷ ଧରି ମୃତ୍ତିକା ସଂରକ୍ଷଣ ବିଭାଗ କାର୍ଯ୍ୟାଳୟରେ ଝୁଲୁଛି ତାଲା

ବହୁବର୍ଷ ଧରି ମୃତ୍ତିକା ସଂରକ୍ଷଣ ବିଭାଗ କାର୍ଯ୍ୟାଳୟରେ ଝୁଲୁଛି ତାଲା

291
ADVERTISEMENT

ଖଜୁରୀପଡ଼ା,୨୧-୬(ଅନନ୍ତ କୁମାର ଦିଗାଲ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ପଂଚାୟତ ସମିତି କାର୍ଯ୍ୟାଳୟ ପରିଷରରେ ଅବହେଳିତ ଭାବେ ରହିଛି ମୃତ୍ତିକା ସଂରକ୍ଷଣ ବିଭାଗ କାର୍ଯ୍ୟାଳୟ। କିନ୍ତୁ ଉକ୍ତ କାର୍ଯ୍ୟାଳୟ ବହୁବର୍ଷ ଧରି ବନ୍ଦ ରହିଥିବା ବେଳେ ଏହା ଭୂତକୋଠି ପାଲଟିବା ସହ ଅନାବନା ଗଛଲତା ରେ ପରିପୂର୍ଣ୍ଣ ହୋଇ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।ଖଜୁରୀପଡ଼ା ବ୍ଲକ ପରିଷରରେ କାର୍ଯ୍ୟାଳୟ ରହିଥିବା ବେଳେ ଏଠାରେ କୌଣସି ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀ ରହୁନଥିବା କାରଣ ରୁ ଜନସାଧାରଣ ମଧ୍ଯ ମୃତ୍ତିକା ସଂରକ୍ଷଣ ବିଭାଗ ର କାର୍ଯ୍ୟକ୍ରମ ଉପରେ କୌଣସି ସୁଚନା ପାଇ ପାରୁନାହାନ୍ତି।କିନ୍ତୁ ବିଭାଗୀୟ ଅଧିକାରୀ ମାନେ ଫୁଲବାଣୀ ସହରରେ ରହି ଖଜୁରୀପଡ଼ା ବ୍ଲକ ର ସମସ୍ତ ବିଭାଗୀୟ କାର୍ଯ୍ୟ କରୁଥିବା ମଧ୍ଯ ଅଭିଯୋଗ ହେଉଛି।ତୁରନ୍ତ ଏଠାରେ ରହିଥିବା ମୃତ୍ତିକା ସଂରକ୍ଷଣ ବିଭାଗ କାର୍ଯ୍ୟାଳୟ କୁ ଖୋଲାଗଲେ ଜନସାଧାରଣଙ୍କ ହିତସାଧନ ହୋଇ ପାରନ୍ତା ବୋଲି ସାଧାରଣ ରେ ଅଭିଯୋଗ ହେଉଛି।

Advertisement