Friday, September 18, 2026
ADVERTISEMENT
Home କନ୍ଧମାଳ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଯୁବକ ମୃତ୍ୟୁ ଘଟଣା: ଉତ୍ତେଜନା ଆଶଙ୍କାରେ ବିଜେପି ନେତା ଥାନାରେ ଅଟକ

ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଯୁବକ ମୃତ୍ୟୁ ଘଟଣା: ଉତ୍ତେଜନା ଆଶଙ୍କାରେ ବିଜେପି ନେତା ଥାନାରେ ଅଟକ

534
ADVERTISEMENT

କନ୍ଧମାଳ,୨୧-୦୬{ସୁରେଶ କୁମାର ପଣ୍ଡା}: ବଡ଼ଗାଁରେ ଥିବା କୋଭିଡ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରରେ ତୁମୁଡ଼ିବନ୍ଧ ଥାନା ବୁଦୁଲି ପଦର ଗ୍ରାମର ଯୁବକ ଆତ୍ମହତ୍ୟା ଘଟଣାରେ ଜିଲ୍ଲା ପ୍ରଶାସନ ହଡବଡେଇ ଯାଇଛି। ଉତ୍ତେଜନା ଆଶଙ୍କା ରେ ବରିଷ୍ଠ ବିଜେପି ନେତା ନେତ୍ର ମାନସେଠକୁ କନ୍ଧମାଳ ପୁଲିସ ପକ୍ଷରୁ ତୁମୁଡ଼ିବନ୍ଧ ଥାନାରେ ଦିନ ୨ ଟାରୁ ଅଟକ ରଖାଯାଇ ଥିବା ଜଣ ପଡ଼ିଛି। ପୋଲିସ ପକ୍ଷରୁ କିଛି କୁହାଯାଇ ନାହିଁ । କିଛି ଦିନ ତଳେ ତୁମୁଡ଼ିବନ୍ଧ ସଂଘରୋଧ କେନ୍ଦ୍ରରେ ଜଣେ ବୃଦ୍ଧ ଅସୁସ୍ଥ ହେବା ପରେ ମୃତ୍ୟୁ ହୋଇଥିଲା ତୁମୁଡ଼ିବନ୍ଧରେ ଦେଖାଦେଇଥିଲା ଉତ୍ତେଜନା। ଶବ ଆସିବା ପରେ ଲୋକେ ପ୍ରଶାସନ ର ଅବହେଳା ଅଭିଯୋଗ କରି ବିଡ଼ିଓ ଓ ଥାନା ଅଧିକାରୀଙ୍କୁ ଦୀର୍ଘ ସମୟ ଧରି ଘେରାଉ କରି ରଖିଥିଲେ ଏଣୁ ପୁଣି ସେହି ଘଟଣା ନଲିଭୁଣୁ ପୁଣି ଆଉ ଏକ ଘଟଣା ପ୍ରଶାସନ କୁ ଅଡ଼ୁଆରେ ପକାଇଛି। ଅଟକ ରଖିବା ଘଟଣାରେ ବିଜେପି ପକ୍ଷରୁ କୁହାଯାଇଛି ସତ୍ୟ ଘଟଣା କୁ ଚପାଇବ ପାଇଁ ପୋଲିସ କୋଣ୍ଠରୋଧ କରିଛି କିନ୍ତୁ ଜିଲ୍ଲା ପ୍ରଶାସନ କୋଭିଡ ମୁକାବିଲା ନା ରେ ଲୋକଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବାରୁ ଲୋକେ ମୃତ୍ୟୁ ବରଣ କରୁଛନ୍ତି। ବଡ଼ଗାଁରେ ଯୁବକ ମୃତ୍ୟୁ ଘଟଣା ରେ ନିରପେକ୍ଷ ଓ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରିଛନ୍ତି ଶ୍ରୀ ମାନସେଠ୍।

Advertisement