ADVERTISEMENT
Home କନ୍ଧମାଳ କନ୍ଧମାଳ ଜିଲ୍ଲାର ପ୍ରଥମ ମହିଳା ଫ୍ଲାଇଙ୍ଗ ଅଫିସର

କନ୍ଧମାଳ ଜିଲ୍ଲାର ପ୍ରଥମ ମହିଳା ଫ୍ଲାଇଙ୍ଗ ଅଫିସର

1122
ADVERTISEMENT

କନ୍ଧମାଳ, ୨୧-୦୬ {ସୁରେଶ କୁମାର ପଣ୍ଡା}: ଜିଲ୍ଲା ପାଇଁ ଗର୍ବ ଓ ଗୌରବ ହାସଲ କଲେ ସୁଶ୍ରୀ ସାଇପ୍ରାଣୀତା ମହାନ୍ତି । ନିଜର ସ୍ବପ୍ନକୁ ସାର୍ଥକ କରି ଆଜି କନ୍ଧମାଳ ଜିଲ୍ଲାର ପ୍ରଥମ ମହିଳା ଫ୍ଲାଇଂ ଅଫିସର ହୋଇଛନ୍ତି ସେ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ନଦିଖଣ୍ଡି ସାହିରେ ବସବାସ କରୁଥିବା ଶଙ୍କର ଚରଣ ମହାନ୍ତି ଓ ମାତା ମିନତୀ ମହାନ୍ତିଙ୍କ ତୃତୀୟ କନ୍ୟା ସେ । କନ୍ଧମାଳ ମାଟିର ଛୁଆ ହୋଇ ଆକାଶ ବାହୀନର ଫ୍ଲାଇଂ ଅଫିସ ହୋଇ ନିଜର ପ୍ରଗାଢ ଚେଷ୍ଟା ଦେଖାଇ ପାରିଛନ୍ତି । ଗୋଟିଏ ମଧ୍ୟବିତ୍ତ ପରିବାରର କନ୍ୟା ସନ୍ତାନ ହୋଇ ମଧ୍ୟ ନିଜର ଆପ୍ରାଣ ଚେଷ୍ଟା ଏବଂ ଅଧ୍ୟୟନ ପ୍ରତିଥିବା ତାଙ୍କର ପ୍ରଗଡ଼ ଆଗ୍ରହ ତାଙ୍କୁ ଆଜି ଏହି ସ୍ତରରେ ପହଞ୍ଚାଇ ପାରିଛି । ନିଜର ପରିବାରରେ ନିଜର ଜେଜେ ପ୍ରକାଶ ମହାନ୍ତି ଯେ କି ଜଣେ ସ୍ଥଳ ବାହିନୀର ଅବସର ପ୍ରାପ୍ତ ନାଏକ । ଏବଂ ନିଜର ଦାଦା ମେଜର ପରୀକ୍ଷିତ ମହାନ୍ତିଙ୍କର ପ୍ରୋତ୍ସାହନ ଏବଂ ତତ୍ତ୍ୱାବଧାନ ତାଙ୍କୁ ଏହି ଦିଗରେ ବହୁତ ସହାୟକ ହୋଇଥିଲା । ଭାରତୀୟ ସେନା ବାହିନୀରେ କାର୍ଯ୍ୟରତ ନିଜର ଦାଦାଙ୍କର ବ୍ୟକ୍ତିତ୍ୱ ତାଙ୍କୁ ଗଭୀର ଭାବେ ଅନୁପ୍ରାଣିତ କରିଥିଲା । ନିଜର ପ୍ରାଥମିକ ଶିକ୍ଷା ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଏବଂ ତାର ପରବର୍ତ୍ତୀ ସମୟରେ ଫୁଲବାଣୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନିଜର ଦଶମ ଶ୍ରେଣୀ ଶେଷ କରିବା ପରେ ଫୁଲବାଣୀ ସରକାରୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢ଼ା ଶେଷ କରିଥିଲେ ସେ । ଏହା ପରେ ଶ୍ରୀ ସତ୍ୟସାଇ ମହିଳା ମହାବିଦ୍ୟାଳୟ ଅନନ୍ତପୁରରେ ନିଜର ସ୍ନାତକ ଏବଂ ପଣ୍ଡିଚେରୀ ସେଣ୍ଟ୍ରାଲ ୟୁନିଭରସିଟିରୁ ପୋଷ୍ଟ ଗ୍ରାଜୁଏସନ ପଦାର୍ଥ ବିଜ୍ଞାନରେ ସମାପ୍ତ କରିବା ପରେ ଏୟାର ଫୋର୍ସ ପାଇଁ ମନୋନିବେଶ କରିଥିଲେ ସେ । ଯେଉଁଥିରେ କୃତକାର୍ଯ୍ୟ ହେବାପରେ ହାଇଦ୍ରାବାଦର ଏୟାର ଫୋର୍ସ ଏକାଡେମୀ ଡୁଣ୍ଡିଗାଲରୁ ଚଳିତ ବର୍ଷ ଜୁନ ୨୦ରେ ଗ୍ରାଜୁଏଟ ହୋଇ ଫ୍ଲାଇଙ୍ଗ ଅଫିସରର କାର୍ଯ୍ୟଭାର ଗ୍ରହଣ କରିଛନ୍ତି ସେ ।  ଯେଉଁଥିପାଇଁ ତାଙ୍କର ସମସ୍ତ ପରିବାର ନିଜର ସନ୍ତାନକୁ ନେଇ ଗର୍ବ ଓ ଗୌରବ ଅନୁଭବ କରୁଛନ୍ତି।

Advertisement