Tuesday, September 8, 2026
ADVERTISEMENT
Home ଆଞ୍ଚଳିକ କରେନା ବାରୁଦ ଗଦାରେ ଆଡ଼ପଡା ଗୋଷ୍ଟି ସ୍ୟାସ୍ଥ୍ୟକେନ୍ଦ୍ର

କରେନା ବାରୁଦ ଗଦାରେ ଆଡ଼ପଡା ଗୋଷ୍ଟି ସ୍ୟାସ୍ଥ୍ୟକେନ୍ଦ୍ର

269
ADVERTISEMENT

ସାନଖେମୁଣ୍ଡି, ୨୧-୦୬ (ସପନ ଦାଶ): ସାନଖେମୁଣ୍ଡି ବ୍ଲକ ରେ କରେନା ସଂକ୍ରମଣ ଜନିତ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଆଡ଼ପଡା ଏଵେ କରେନା ସଂକ୍ରମଣ ର ବାରୁଦ ଗଦା ଉପରେ ଥିବା ଅନୁମାନ କରାଯାଇଛି ଆଡ଼ପଡା ଗୋଷ୍ଟି ସ୍ୟାସ୍ଥ୍ୟକେନ୍ଦ୍ର ର ଫାହର୍ମାସିଷ୍ଟି ଡ୍ରାଇଭର ଙ୍କ ଠାରେ ପଜିଟିଭ୍ ଚିହ୍ନଟ ହେଇଥିବା ବେଳେ ଆଜି ପୁଣି ଜଣେ ଡ୍ରାଇଭର ଓ ମେଡିକାଲ ରେ ଇଲୋଟ୍ରି ମେକାନିକ ଭାବେ କଯ୍ୟକରୁଥିବା ଜଣକ ଠାରେ ପଜିଟିଭ୍ ଚିହ୍ନଟ ହେଇଛି | ସେଭଳି ସ୍ୟାସ୍ଥ୍ୟକେନ୍ଦ୍ର ର ୨ ଜଣ ଷ୍ଟାପ୍ ନର୍ସ ମଧ୍ୟ ପଜିଟିଭ୍ ଥିବା ଜଣାପଡିଛି କେବଳ ଆଡ଼ପଡା ଗୋଷ୍ଟି ସ୍ୟାସ୍ଥ୍ୟକେନ୍ଦ୍ର ର ୬ ଜଣକ ପଜିଟିଭ୍ ରହିଛି ଆଡ଼ପଡା ସଙ୍ଗରୋଧ କେନ୍ଦ୍ରରେ ନିୟୋଜିତ ୩ ଜଣ ରୋଷେୟା ମଧ୍ୟ ପଜିଟିଭ୍ ଥିବା ଜଣା ପଡ଼ିଛି ଗୋଷ୍ଟି ସଂକ୍ରମଣ ଜନିତ ପଜିଟିଭ୍ ସଂଖ୍ୟା ୧୫ ରେ ପହଞ୍ଚିଛି ଅନ୍ୟପଟେ କଙ୍କରଡ଼ା ,କଉଡ଼ିଆ ବାଲିଆ, ଖାଲିଙ୍ଗି, ଆଡପଡା,ଏରେନ୍ଦ୍ରା, ଡେଙ୍ଗାଡି, ବାଉଳଘାଇ, ଆଦି ଅଞ୍ଚଳରେ ଥଣ୍ଡା କାଶ ଆକ୍ରାନ୍ତ ଙ୍କ ସଂଖ୍ୟା ବୁଦ୍ଧି ପାଇବା ସହ ଭୟ ସୁଷ୍ଟି କରିଛି ପ୍ରଶାସନ ପକ୍ଷରୁ ଆଜି ମେଡିକାଲ ପରିସରରେ ବିଶୋଧକ ସିଞ୍ଚନ କରାଯାଇ ନାହିଁ କେବଳ ଜିଲ୍ଲା ପ୍ରଶାସନ ର ପଦକ୍ଷେପ କୁ ଅପେକ୍ଷା ରେ ଥିବା ଜଣା ପଡ଼ିଛି ବ୍ଲକ ରେ ଅତ୍ୟଧିକ ପଞ୍ଚାୟତ ରେ କୋଭିଡ କେୟାର କେନ୍ଦ୍ର ଖୋଲାଯାଇ ଚିକିତ୍ସା କରାଯିବ ବୋଲି ବ୍ଲକ ପ୍ରଶାସନ ପ୍ରକାଶ କରିଛି ।

Advertisement